ଅଧିକ ସୁନ୍ଦରୀ ହେବା ପଡ଼ିଲା ମହଙ୍ଗା, ସୁନ୍ଦରୀ ବଦଳେ ବିକୃତ ହୋଇଗଲା ପୂରା ଚେହେରା, ଏବେ ଘରୁ ବାହାରିବା ହେଉଛି ମୁସ୍କିଲ

 
Swati

ଚଳଚ୍ଚିତ୍ର ତାରକାଙ୍କ ପାଇଁ ସେମାନଙ୍କ ଚେହେରା ସବୁକିଛି ହୋଇଥାଏ। ସେମାନଙ୍କର ଗ୍ଲାମର ଏବଂ ଚେହେରାର ସୌନ୍ଦର୍ଯ୍ୟ ଦେଖି ଦର୍ଶକମାନେ ଆକର୍ଷିତ ହୋଇଥାନ୍ତି। କିନ୍ତୁ ଯଦି ଏହି ଚେହେରାରେ କିଛି ଘଟେ, ତେବେ ଏହା ସେମାନଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ। ଅଧିକ ସୁନ୍ଦର ଦେଖାଯିବା ପାଇଁ ଅଭିନେତା ଅଭିନେତ୍ରୀମାନେ ପ୍ଲାଷ୍ଟିକ ସର୍ଜରୀ କରୁଥିବା ସମସ୍ତେ ଜାଣନ୍ତି। କିନ୍ତୁ କନ୍ନଡ ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ କ୍ଷେତ୍ରରେ ଏହାର ଏକ ଭୟଙ୍କର ସାଇଡ଼ ଇଫେକ୍ଟ ଘଟିଛି।

Swati

ବର୍ତ୍ତମାନ ଆସୁଥିବା ଖବର ଅନୁଯାଇ ରୁଟ୍ କାନାଲ ଅସ୍ତ୍ରୋପଚାର ହେତୁ କନ୍ନଡ ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ଚେହେରା ଖରାପ ହୋଇଯାଇଛି। ଅଭିନେତ୍ରୀ ସ୍ୱାତୀ ଏକ ଘରୋଇ କ୍ଲିନିକରେ ଦାନ୍ତ ମୂଳରେ କାନାଲ ସର୍ଜରୀ କରାଇଥିଲେ, ଯାହା ପରେ ତାଙ୍କ ମୁହଁ ବିକୃତ ହୋଇଯାଇଛି। ପ୍ରକୃତରେ ଏହି ଅସ୍ତ୍ରୋପଚାର ପରେ ସ୍ୱାତୀଙ୍କ ମୁହଁ ଫୁଲିବାକୁ ଲାଗିଥିଲା। ଏହି ଫୁଲା କିଛି ଘଣ୍ଟା ମଧ୍ୟରେ ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ। କିନ୍ତୁ, ବର୍ତ୍ତମାନ ୨୦ ଦିନ ପରେ ମଧ୍ୟ ତାଙ୍କ ଚେହେରା ସମାନ ଭାବରେ ଫୁଲି ରହିଥିବା ଜଣାଯାଇଛି।

Swati

 ଏପରିକି ଏହି କାରଣରୁ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡୁଛି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଉକ୍ତ କ୍ଲିନିକରେ ତାଙ୍କୁ ଆନାସ୍ଥେସିଆ ପରିବର୍ତ୍ତେ ଡାକ୍ତରମାନେ ସାଲିସିଲିକ୍ ଏସିଡ୍ ଦେଇଥିଲେ। ଯାହା ଫଳରେ ତାଙ୍କ ମୁହଁ ଫୁଲି ଯାଇଥିଲା। ଡାକ୍ତରଙ୍କର ଏଭଳି ଭୁଲ ହେତୁ ତାଙ୍କ କ୍ୟାରିଅର ଉପରେ ପ୍ରଭାବ ପଡୁଥିବା ସ୍ୱାତୀ ଅଭିଯୋଗ କରିଛନ୍ତି। ଏପରିକି ସେ ଫୁଲିଯାଇଥିବା ମୁହଁ ପାଇଁ ଅନ୍ୟତ୍ର ଚିକିତ୍ସା କରାଉଥିବା ଏବଂ ଉକ୍ତ କ୍ଲିନିକ ଉପରେ ମାମଲା ରୁଜୁ କରିଥିବା ଜଣାଯାଇଛି।