କଣ ସତରେ ଲଳିତ ମୋଦିଙ୍କୁ ବିବାହ କରିବାକୁ ଯାଉଛନ୍ତି ସୁସ୍ମିତା ସେନ୍? ମିସ୍ ୟୁନିଭର୍ସ କହିଦେଲେ ବଡ଼ କଥା, ଜାଣନ୍ତୁ

 
Susmita sen reply

ଆଇପିଏଲର ପୂର୍ବତନ ଅଧକ୍ଷ ତଥା ବ୍ୟବସାୟୀ ଲଳିତ ମୋଦି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ତାହା ପୁଣି ଅନ୍ୟ କାହାକୁ ନୁହେଁ ବରଂ ଖୋଦ୍ ମିସ୍ ୟୁନିଭର୍ସ ରହି ସାରିଥିବା ସୁସ୍ମିତା ସେନଙ୍କୁ। ଏଥିନେଇ ଲଳିତ ମୋଦି ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିବା ବେଳେ ପ୍ରଥମ ଟ୍ୱିଟରେ ସେ ସୁସ୍ମିତାଙ୍କୁ ନିଜର ବେଟର ହାଫ୍ ଅର୍ଥାତ ପତ୍ନୀ ବୋଲି ଉଲ୍ଲେଖ କରିଥିଲେ। ଏହି ଟ୍ୱିଟ ପରେ ଲୋକଙ୍କ ମଧ୍ୟରେ ଏଥିନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଅନ୍ୟପକ୍ଷରେ ସୁସ୍ମିତା ମଧ୍ୟ ଏଥିନେଇ ନିଜ ମତ ରଖିଛନ୍ତି।

ନିଜର ଦ୍ୱିତୀୟ ଟ୍ୱିଟରେ ଲଳିତ ମୋଦି ଏପର୍ଯ୍ୟନ୍ତ ସୁସ୍ମିତାଙ୍କୁ ବିବାହ କରିନଥିବା ଏବଂ କେବଳ ଡେଟ୍ କରୁଥିବା ଉଲ୍ଲେଖ କରିଛନ୍ତି। ଆଗକୁ ସବୁକିଛି ଠିକ ଚାଲିଲେ ସେମାନେ ବିବାହ କରିବାକୁ ପ୍ଲାନ କରିଥିବା ଲଳିତ କହିଛନ୍ତି। ଟ୍ୱିଟ ସହିତ ଲଳିତ ଏବଂ ସୁସ୍ମିତା କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ସେୟାର କରିଥିଲେ। ଏହି ରିଲେସନକୁ ନେଇ ଉଭୟେ ବେସ୍ ଏକ୍ସାଇଟେଡ ଥିବା ଦେଖିବାକୁ ମିଳିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲଳିତ ମୋଦୀ ୧୯୯୧ ମସିହାରେ ତାଙ୍କଠାରୁ ୯ ବର୍ଷ ବଡ଼ ମୀନଲଙ୍କୁ ବିବାହ କରିଥିଲେ। ଯଦି ସେ ସୁସ୍ମିତାଙ୍କୁ ବିବାହ କରନ୍ତି ତେବେ ଏହା ତାଙ୍କର ଦ୍ଵିତୀୟ ବିବାହ ହେବ।

ଅନ୍ୟପକ୍ଷରେ ସୁସ୍ମିତା ଏକାଧିକ ରିଲେସନରେ ରହି ସାରିଥିଲେ ହେଁ ଏପର୍ଯ୍ୟନ୍ତ ସୁଦ୍ଧା ବିବାହ କରିନାହାଁନ୍ତି। ମିସ୍ ୟୁନିଭର୍ସ ହେବାପରେ ତାଙ୍କ ନାମ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ସହିତ ଯୋଡି ହୋଇଯାଇଥିଲା। ଏହାପରେ ରଣଦୀପ ହୁଡ୍ଡା ଏବଂ ନିର୍ଦ୍ଦେଶକ ମୁଦ୍ଦସର ଅଜୀଜଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ମଧ୍ୟ ଶୁଣିବାକୁ ମିଳେ। ଏପରିକି ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ୱାସିମ୍ ଆକ୍ରମଙ୍କ ସହିତ ସେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ତେବେ, ପରେ ତାଙ୍କ ସହିତ ବିବାହ ଖବରକୁ ସୁସ୍ମିତା ଖଣ୍ଡନ କରିଥିଲେ।

ଏବେ ଲଳିତ ମୋଦିଙ୍କ ସହିତ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ଲେଖିଛନ୍ତି ଯେ,"ମୁଁ ଏକ ଖୁସି ଜାଗରେ ଅଛି। ବିବାହ ନୁହେଁ କି ମୁଦି ନୁହେଁ। ନିସର୍ତ୍ତ ଭଲପାଇବାର ଘେରରେ ଅଛି। ଯ‌ଥେଷ୍ଟ ସଫେଇ ଦେଇଦେଲି। ଏବେ ଜୀବନ ଓ କାମକୁ ଫେରିବାର ବେଳ। ମୋ ଖୁସିକୁ ସର୍ବଦା ବାଣ୍ଟୁଥିବାରୁ ଆପଣମାନଙ୍କୁ ଅନେକ ଧନ୍ୟବାଦ୍‌"।