ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା, କହିଲେ- ୮ ବର୍ଷ ଧରି ସଲମାନ୍ ମତେ...

 
Salman Khan

ବଲିଉଡ ସୁପରଷ୍ଟାର ସଲମାନ ଖାଁ, ନିଜର ଆକ୍ଟିଂ ପାଇଁ ସେ ଫ୍ୟାନ୍ସମାନଙ୍କ ପାଖରେ ଯେତିକି ପ୍ରଶଂସା ପାଇଥାନ୍ତି। ନିଜର ଲାଇଫଷ୍ଟାଇଲ୍ ଏବଂ ଅସଫଳ ପ୍ରେମ ସମ୍ପର୍କ ଗୁଡିକୁ ନେଇ ସମାଲୋଚନାର ଶିକାର ମଧ୍ୟ ହୋଇଥାନ୍ତି ଭାଇଜାନ୍। ଏବେ ପୁଣିଥରେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଟ୍ରୋଲ କରିଛନ୍ତି ତାଙ୍କର ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ। ସଲମାନଙ୍କ ସହିତ ତାଙ୍କର ବ୍ରେକଅପ୍ ହୋଇଥିବା କଥା ସୋମି ଅନେକ ଥର କହିଥିଲେ ହେଁ ସେ ଜଣେ ଭଲ ମଣିଷ ବୋଲି ଅନେକ ସାକ୍ଷାତକାରରେ କହି ଆସୁଥିଲେ। କିନ୍ତୁ, ସଦ୍ୟତମ ଏକ ପୋଷ୍ଟରେ ସଲମାନ ତାଙ୍କୁ ମାରପିଟ ଏବଂ ଶୋଷଣ କରିଥିବା ନେଇ ସେ କହିଛନ୍ତି।

Somi alli

ତେବେ, କିଛି ଦିନ ତଳେ ସୋସିଆଲ ମିଡିଆ ଅକାଉଣ୍ଟରେ ସେ ଏକ ପୋଷ୍ଟ କରି ସଲମାନଙ୍କୁ ବଲିଉଡର ହର୍ଭି ୱାଇନଷ୍ଟିନ୍ ବୋଲି ସମ୍ବୋଧିତ କରିଥିଲେ। ଏଠାରେ କହି ରଖୁଛୁ ଯେ ହଲିଉଡ଼ର ପ୍ରଖ୍ୟାତ ଡ଼ାଇରେକ୍ଟର ହର୍ଭିଙ୍କ ଉପରେ ୮୦ରୁ ଅଧିକ ମହିଳା ଯୌନ ନିର୍ଯାତନାର ଅଭିଯୋଗ ଆଣି ସାରିଛନ୍ତି। ସିଧାସଳଖ ସଲମାନଙ୍କ ନାମ ନେଇ ନଥିଲେ ହେଁ 'ମୈନେ ପ୍ୟାର କିୟା' ଚଳଚିତ୍ରର ଏକ ସ୍କ୍ରିନସଟ୍ ଦେଖାଇ ବଲିଉଡର ଏହି ହର୍ଭି ୱାଇନଷ୍ଟିନର କେବେ ପର୍ଦାଫାସ୍ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ତେବେ, କିଛି ସମୟ ପରେ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରି ଦେଇଥିଲେ।

Post

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଲମାନ ପ୍ରଥମେ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କୁ ପ୍ରେମ କରୁଥିଲେ, ଉଭୟଙ୍କର ବିବାହ ମଧ୍ୟ ଠିକ ହୋଇ ସାରିଥିଲା। କିନ୍ତୁ, ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲ୍ଲୀ ସଲମାନଙ୍କ ଜୀବନରେ ଆସିବା ପରେ ସେହି ବିବାହ ଭାଙ୍ଗି ଯାଇଥିଲା। ତେବେ, ୧୯୯୧ ଠାରୁ ୧୯୯୯ ପର୍ଯ୍ୟନ୍ତ ସଲମାନ ସୋମିଙ୍କ ସହିତ ଡେଟ୍ କରୁଥିଲେ। ପରେ ଐଶ୍ୱର୍ୟା ରାୟ ତାଙ୍କ ଜୀବନକୁ ଆସିବା ପରେ ସଲମାନ ସୋମିଙ୍କ ସହିତ ତାଙ୍କର ସମ୍ପର୍କ ଭାଙ୍ଗି ଦେଇଥିଲେ।