ରଜ ପ୍ରଶ୍ନ ନେଇ ଜୋରଦାର୍ ଟ୍ରୋଲ ହେବା ପରେ ନିଜେ ପଚାରିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଆକ୍ଟର ସମ୍ବିତ, କହିଲେ ଏମିତି କଥା

 
Sambhit

ଓଡ଼ିଆ ସିନେମା ଜଗତର ଅଭିନେତା ସମ୍ବିତ ଆଚାର୍ଯ୍ୟ। ଏହି ଅଭିନେତା ଜଣକ ନିଜର ଅଭିନୟକୁ ନେଇ ଯେତିକି ଲୋକପ୍ରିୟ ହୋଇନଥିଲେ ତାଠାରୁ ଅଧିକ ଏକ ନିର୍ଦ୍ଧିଷ୍ଟ ରିଆଲିଟି ସୋର ଜଜ୍ ଭାବରେ ଚର୍ଚ୍ଚାକୁ ଆସିଥିଲେ। ଏପରିକି ସମ୍ବିତ ଜାଣିଶୁଣି ପ୍ରତିଯୋଗୀମାନଙ୍କୁ ଅବାନ୍ତର ପ୍ରଶ୍ନ ପଚାରି ଅପମାନ ଦେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Sambit

ଏଥିନେଇ ସମ୍ବିତଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ତେବେ, ପରିଶେଷରେ ଏହି ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ସମ୍ବିତ। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସମ୍ବିତ କହିଛନ୍ତି ଯେ ଟିଭି ସୋରେ ସେ ପଚାରୁଥିବା ପ୍ରଶ୍ନ ଗୁଡିକ ପୂର୍ବରୁ ସ୍କ୍ରିପ୍ଟଟେଡ୍ ହୋଇ ରହିଥାଏ। ଯାହାର ଅର୍ଥ ସୋର ପ୍ରସ୍ତୁତକର୍ତ୍ତାମାନେ ପୂର୍ବରୁ ହିଁ ସେମାନଙ୍କୁ ପ୍ରଶ୍ନ ଗୁଡିକର ଏକ ଲିଷ୍ଟ ଦେଇ ଦେଉଥିଲେ। ଯାହାକୁ ଜଜ୍ ମାନେ କେବଳ ପଚାରିଥାନ୍ତି।

Judge

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଆଲିଟି ସୋ ଗୁଡିକରେ ଚକୁଳିର କେତୋଟି କଣା? କଟକର ନାଁ କଟକ କାହିଁକି? ବାରବାଟୀର ମୁଣ୍ଡି କିଏ ମାରିଥିଲା? ସମୁଦ୍ର ମଝିରେ କ’ଣ ଅଛି? ଭଳି ଅବାନ୍ତର ପ୍ରଶ୍ନ ପଚାରି ସମ୍ବିତ ଚର୍ଚ୍ଚାକୁ ଆସିଥିଲେ। ଅବଶ୍ୟ ଏହି ଘଟଣାରେ ତାଙ୍କୁ ଟ୍ରୋଲ କରାଯିବା ପରେ ତାଙ୍କୁ ଅନ୍ୟ କୌଣସି ରିଆଲିଟି ସୋରେ ଦେଖିବାକୁ ମିଳିନାହିଁ।