କାନ୍ଦିଲେ ସଲମାନ ଖାନ୍ କହିଲେ ଦିନେ ମୋ ପାଖରେ ସାର୍ଟ କିଣିବାକୁ ନଥିଲା ଟଙ୍କା, ସୁନୀଲ୍ ଶେଟ୍ଟୀ ମତେ...

ସଲମାନ ଖାନ, ବଲିଉଡ଼ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ନାଁ ଗୁଡିକ ମଧ୍ୟ ଏହି ନାମଟି ଅନ୍ୟତମ। ଆଜିର ସମୟରେ କୋଟି କୋଟି ଟଙ୍କାର ମାଲିକ ସଲମାନ ଖାନଙ୍କ ପାଖରେ ଦିନେ ପୋଷାକ କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା। କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ଏପରି କିଛି କଥା ଖୋଦ ସଲମାନ କହିଛନ୍ତି। ଏକ ସୋ ହଷ୍ଟ କରୁଥିବା ସମୟରେ ସେ ଏପରି କିଛି କହି କାନ୍ଦି ପକାଇଥିଲେ।
IIFA ୨୦୨୨ରେ ହୋଷ୍ଟିଂ କରୁଥିବା ବେଳେ ସାଥି କୋ-ହଷ୍ଟ ରିତେଶ ଦେଶମୁଖ ସଲମାନଙ୍କୁ ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ସଲମାନ କହିଥିଲେ ଯେ,"ପୂର୍ବରୁ ଯେତେବେଳେ ମୋ ପାଖରେ ଟଙ୍କା ନଥିଲା, ମୁଁ ସୁନୀଲ ଶେଟ୍ଟୀଙ୍କ ପୋଷାକ ଦୋକାନକୁ ଯାଉଥିଲି। ଏହା ବହୁତ ମହଙ୍ଗା ଦୋକାନ ଥିଲା। ମୁଁ ସାର୍ଟ କିମ୍ବା ଜିନ୍ସ ବ୍ୟତୀତ ଅନ୍ୟ କିଛି କିଣି ପାରୁନଥିଲି। ମୋ ପାଖରେ ଟଙ୍କା ନଥିବା କଥା ସୁନୀଲ ଆନ୍ନା ଜାଣିପାରିଥିଲେ ଏବଂ ସେତେବେଳେ ସେ ଏକ ଷ୍ଟୋନ୍-ୱାସ୍ର ସାର୍ଟ ଉପହାର ଦେଇଥିଲେ"।
Suniel Shetty ne diya ek aise mauke par Salman Khan ka saath, ki woh yaad karte karte bhar aayi Bhai ki aankh.
— ColorsTV (@ColorsTV) June 21, 2022
Dekhiye #IIFAAwards on 25th June, raat 8 baje aur #GreenCarpet shaam 6 baje, only on #ColorsTV.@BeingSalmanKhan pic.twitter.com/Vyxc6RzgQJ
କେବଳ ଏତିକି ନୁହେଁ ଦୋକାନରେ ଥିବା ଏକ ମହଙ୍ଗା ପର୍ସ ଉପରେ ମଧ୍ୟ ତାଙ୍କର ନଜର ରହିଥିଲା। ପରେ ସୁନୀଲ ସେଠୀ ତାଙ୍କୁ ସେହି ପର୍ସ ମଧ୍ୟ ଦେଇଥିବା ସଲମାନ କହିବା ସହିତ କାନ୍ଦି ପକାଇଥିଲେ। ସଲମାନ ସୁନୀଲଙ୍କ ପୁଅ ଅହାନ୍ ଶେଟ୍ଟୀଙ୍କୁ ମଧ୍ୟ କୁଣ୍ଢାଇ ପକାଇଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ସୁନୀଲଙ୍କୁ ଖୁବ ପ୍ରଶଂସା କରିଛନ୍ତି।