ଦେଖନ୍ତୁ ଭିଡ଼ିଓ: ଲତା ମଙ୍ଗେଶକରଙ୍କ ଶେଷ ଦର୍ଶନ ବେଳେ ଏମିତି କାମ କରି ବିବାଦରେ ଶାହରୁଖ ଖାନ୍!

'ସ୍ୱର ସମ୍ରାଜ୍ଞୀ', 'ସରସ୍ୱତୀ ପୁତ୍ରୀ', 'ସ୍ବର କୋକିଳା' ପରି ଅସଂଖ୍ୟ ଉପମା ଏବଂ ଅଳଙ୍କାରରେ ସମ୍ମାନିତ ହୋଇଥିବା ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କର ରବିବାର (ଫେବୃଆରୀ ୬, ୨୦୨୨) ତାରିଖରେ ଦେହାନ୍ତ ହୋଇଯାଇଛି। ଏଥିନେଇ ସାରା ଦେଶ ଶୋକ ପାଳନ କରୁଥିବା ବେଳେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ବଲିଉଡ଼ର ଅନେକ ସେଲିବ୍ରିଟିଙ୍କର ଆଗମନ ହୋଇଥିଲା। ତେବେ, ଏହାରି ଭିତରେ ଏକ ବିବାଦରେ ଫସି ଯାଇଛନ୍ତି ଷ୍ଟାର ଅଭିନେତା ଶାହରୁଖ ଖାନ।
ପ୍ରକୃତରେ ଲତାଙ୍କର ଏଭଳି ଖବର ଶୁଣି ଶାହରୁଖ ତାଙ୍କର ଶେଷ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ। ସେଠାରେ ଲତାଙ୍କ ପାର୍ଥିବ ଶରୀର ପାଖରେ ସେ ପ୍ରାର୍ଥନା କରିବା ସହିତ ମାସ୍କ କାଢ଼ି କିଛି କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଶାହରୁଖ ସେଠାରେ ଛେପ ପକାଉଥିବା ନେଇ କିଛି ଲୋକେ ଅଭିଯୋଗ କରିଛନ୍ତି। ଦେଖନ୍ତୁ ଭିଡ଼ିଓ:-
What's the obsession of M with spitting?
— Hardik (@Humor_Silly) February 6, 2022
Was Srk spitting ! pic.twitter.com/DXSXjQd57j
କମେଣ୍ଟ ବକ୍ସରେ କିଛି ଲୋକେ ଶାହରୁଖଙ୍କ ବିରୋଧରେ ଅଭିଯୋଗ କରିବା ସହିତ ସେ କଣ ପାଇଁ ଛେପ ପକାଉଛନ୍ତି ସେଥିନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ କିଛି ଯୁବକ ଏହାକୁ ସମର୍ଥନ କରିବା ସହିତ ଶାହରୁଖ ଛେପ ପକାଉ ନାହାଁନ୍ତି ବରଂ ଇସଲାମ ଧର୍ମ ଅନୁଯାଇ ଲତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଥିବା କହିଛନ୍ତି। ଭିଡ଼ିଓର ସତ୍ୟତା ଯାହା ହେଉ ନାଁ କାହିଁକି ଏହି ଭିଡ଼ିଓଟି ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି।