ନ୍ୟାସନାଲ୍ କ୍ରସ୍ ରଶ୍ମିକା ମାନ୍ଧାନା ହେବେ ହାତରୁ ଦି ହାତ, ଏହି ସାଉଥ୍ ଅଭିନେତାଙ୍କୁ କରିବେ ବିବାହ

 
Rashmika mandhana

ବିଗତ କିଛି ଦିନ ହେବ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନାୟକ ବିଜୟ ଦେବେରାକୋଣ୍ଡା ଏବଂ ଚୁଲବୁଲି ଅଭିନେତ୍ରୀ ରଶ୍ମିକା ମାନ୍ଧାନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ସେମାନେ ଏବେ ପରସ୍ପରକୁ ଡେଟ୍ କରୁଥିବା ଏବଂ ଆଗାମୀ କିଛି ମାସ ଭିତରେ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ତେବେ, କଥାଟି ସତ କିମ୍ବା ଏହା ଏକ ଗୁଜବ ସେଥିନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ।

Vijay

ଖବର ଅନୁଯାଇ ଉଭୟେ ବିଜୟ ଏବଂ ରଶ୍ମିକା ସେମାନଙ୍କର ସମ୍ପର୍କକୁ ବିବାହ ମାଧ୍ୟମରେ ସଠିକ ପରିଚୟ ଦେବାକୁ ଚାହୁଁଛନ୍ତି। କିନ୍ତୁ, ବର୍ତ୍ତମାନ ସମୟରେ ଉଭୟେ ନିଜର କ୍ୟାରିଅରକୁ ଅଗ୍ରାଧିକାର ଦେଉଥିବା କୁହାଯାଉଛି। ତେବେ, ଏହି ସବୁ କଳ୍ପନା ଜଳ୍ପନା ମଧ୍ୟରେ ବିଜୟ ଦେବେରାକୋଣ୍ଡାଙ୍କ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଟ୍ୱିଟରେ ବିଜୟ ଲେଖିଛନ୍ତି ଯେ ସବୁଥର ପରି ବକୱାସ ଏବଂ ଫାଲତୁ। ଏହି ଟ୍ୱିଟ ମାଧ୍ୟମରେ ସେ ରଶ୍ମିକାଙ୍କ ସହିତ ବିବାହ ଖବରକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି।

Marriage

ସେହିପରି ଅଭିନେତ୍ରୀ ରଶ୍ମିକା ମନ୍ଦାନା  ମଧ୍ୟ ଏହି ବିବାହ ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କର ବିବାହ ବୟସ ହୋଇନାହିଁ ଏବଂ ଏଥିନେଇ ସେ ଚିନ୍ତା ବି କରିନାହାଁନ୍ତି ବୋଲି କହିଛନ୍ତି। ତେବେ, ଚଳଚିତ୍ର ପୁଷ୍ପାରେ ତାଙ୍କର ଅଭିନୟକୁ ନେଇ ସେ ବେସ୍ ଖୁସିଥିବା କହିଛନ୍ତି। ଅନ୍ୟପକ୍ଷରେ ବିଜୟଙ୍କର ଆଗାମୀ ପ୍ରୋଜେକ୍ଟ ଲାଇଗର ମଧ୍ୟ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି।