ନୂଆ ରୂପରେ ରାନୁ ମଣ୍ଡଳ! ବୋହୂ ବେଶ ହୋଇ ଗାଇଲେ ଗୀତ, ଭିଡ଼ିଓ ଦେଖି ନହସି ରହି ପାରିବେନି, ଦେଖନ୍ତୁ ଭିଡ଼ିଓ
ସୋସିଆଲ ମିଡିଆରେ ନିଜର ମଧୁର ସ୍ୱର ପାଇଁ ରାତାରାତି ପ୍ରସିଦ୍ଧ ରାନୁ ମଣ୍ଡଳ ପୁଣିଥରେ ଦର୍ଶକଙ୍କ ସାମ୍ନାରେ ନଜର ଆସିଛନ୍ତି। ଦୀର୍ଘ ସମୟ ଧରି ରାନୁ ମଣ୍ଡଳ ତାଙ୍କର କୌଣସି ଭିଡ଼ିଓ ଅପଲୋଡ଼ କରିନଥିଲେ ହେଁ ଏବେ ତାଙ୍କର ଏହି ଭିଡ଼ିଓ ନେଟିଜେନ୍ସକୁ ହସର ଖୋରାକ ଯୋଗାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାନୁ ବଙ୍ଗାଳୀ ବଧୂ ପରି ପୋଷାକ ପିନ୍ଧିଛନ୍ତି ଏବଂ ନିଜ ଶୈଳୀରେ କାଚା ବାଦାମ ଗାଉଛନ୍ତି।
ତାଙ୍କର ଏହି ଭିଡିଓ ଯେପରି ହେଉନା କାହିଁକି। କିନ୍ତୁ, ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅବଶ୍ୟ, ଏଥର ସେ ତାଙ୍କ ଗୀତ ହେତୁ ନୁହେଁ ବରଂ ତାଙ୍କ ପୋଷାକ ହେତୁ ନେଟେନିଜେନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭିଡିଓ ସାମ୍ନାକୁ ଆସିବା ମାତ୍ରେ ସେ ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଦେଖନ୍ତୁ ଭିଡ଼ିଓ:-
ରାନୁ ମଣ୍ଡଳଙ୍କର ଏହି ଭିଡିଓକୁ @ ahana_d9 ନାମକ ଏଜ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ୍ କରାଯାଇଛି। ୧୪ ସେକେଣ୍ଡର ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଭ୍ୟୁ ମିଳିସାରିଛି। ଏଠାରେ କହି ରଖୁଛୁ ଯେ ରାନୁ ରାତାରାତି 'ଏକ ପ୍ୟାର୍ କା ନାଗମା' ଗୀତ ଗାଇ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ସେ ହିମେଶ ରଶମିଆଙ୍କ ସହ ଅନେକ ଗୀତ ଗାଇଥିଲେ। ତଥାପି, ତାଙ୍କ ଷ୍ଟାରଡମ୍ ଅଧିକ ସମୟ ରହିଲା ନାହିଁ ଏବଂ ସେ ବର୍ତ୍ତମାନ ପୂର୍ବ ପରି ସାଧାରଣ ଜୀବନ ବିତାଉଛନ୍ତି।