ଆହୁରି ଅଧିକ ଛୁଆ ଚାହୁଁଛନ୍ତି ନିକ୍ ଜୋନ୍‌ସ, ସ୍ୱାମୀଙ୍କ ଲାଗି ୧୧ ଶିଶୁଙ୍କ ମା’ ହେବେ ପ୍ରିୟଙ୍କା ଚୋପ୍ରା, କହିଲେ ମୁଁ...

 
Priyanka Chopra

ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ଯୋଡି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମାନଙ୍କ ମଧ୍ୟରେ ଅନ୍ୟତମ। ପ୍ରାୟତଃ ଚର୍ଚ୍ଚାର ପରିସରରେ ରହୁଥିବା ଏହି ଷ୍ଟାର ଦମ୍ପତ୍ତିଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି। ଗତ କିଛି ମାସ ତଳେ ହିଁ ଏକ ଶିଶୁର ବାପା ହୋଇଥିବା ନିକ୍ ଆଗକୁ ଏକାଧିକ ଶିଶୁଙ୍କର ବାପା ହେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

Nick priyanka

ଚଳିତ ବର୍ଷ ଜାନୁଆରୀରେ ପ୍ରିୟଙ୍କା ସରୋଗେସୀ ମାଧ୍ୟମରେ ଏକ କନ୍ୟା ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଶିଶୁ କନ୍ୟାଟିର ନାଁ ମାଳତୀ ମେରୀ ଚୋପ୍ରା ଜୋନ୍‌ସ ରଖାଯାଇଥିବା ବେଳେ ତାକୁ ନେଇ ଏହି ଦମ୍ପତ୍ତି ବେସ୍ ଉତ୍ସାହିତ ରହିଛନ୍ତି। ତେବେ, ଏକ ସାକ୍ଷାତକାରରେ ନିକ୍ କହିଥିଲେ ଯେ,"ପ୍ରିୟଙ୍କାଙ୍କ ପାଇଁ ସେ ଭାଗ୍ୟଶାଳୀ ଓ ସେ ଏକ ବଡ଼ ପରିବାର କରିବାକୁ ଚାହୁଁଛନ୍ତି। ପ୍ରିୟଙ୍କାଙ୍କ ଠାରୁ ମୁଁ ବହୁତ ଶିଶୁ ଚାହୁଁଛି"।

Priyanka with baby

ଅନ୍ୟପକ୍ଷରେ ଏକଦା ପ୍ରିୟଙ୍କାଙ୍କ ପାଟିରୁ ମଧ୍ୟ ଏଭଳି କିଛି ଶୁଣିବାକୁ ମିଳିଥିଲା। କାରଣ ସେ ମଧ୍ୟ ଏକ ସାକ୍ଷାତକାରରେ ନିଜର ପୁରା କ୍ରିକେଟ ଟିମ୍ ତିଆରି କରିବା ପାଇଁ ଚାହୁଁଥିବା କହିଥିଲେ। ଏହାର ଅର୍ଥ ସେ ୧୧ଟି ସନ୍ତାନ ଜନ୍ମ କରିବାକୁ ଚାହୁଁଥିବା ନେଇ ଇଙ୍ଗିତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନ୍‌ସ ୨୦୧୮ରେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ ବିବାହ କରିଥିଲେ।