ମୁମ୍ବାଇ ଗଲେ ପ୍ରକୃତି ମିଶ୍ର, ଯିବା ପୂର୍ବରୁ କହିଦେଇଗଲେ ବଡ଼ କଥା, କହିଲେ ମତେ ନ୍ୟାୟ ମିଳିବ ହେଲେ...

 
Prakurti mishra

ଦୀର୍ଘ ୧୦ ଦିନ ଧରି ବିବାଦରେ ରହି ଆସିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡ଼ିଶା ଛାଡ଼ି ପୁଣିଥରେ ମୁମ୍ବାଇ ଚାଲି ଯାଇଛନ୍ତି। ଆଜି ସକାଳୁ ସେ ମୁମ୍ବାଇ ଅଭିମୁଖେ ଯିବା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ତେବେ, ବାବୁସାନଙ୍କ ପରିବାର ଧୀରେ ଧୀରେ ଯୋଡ଼ି ହେବାକୁ ଲାଗିଥିବା ବେଳେ ପ୍ରକୃତିଙ୍କର ଏହି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି।

Prakruti mishra

ସମ୍ପୃକ୍ତ ପୋଷ୍ଟରେ ପ୍ରକୃତି ଲେଖିଛନ୍ତି ଯେ," ଆଗକୁ ସେକେଣ୍ଡ୍‌ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ। ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ଆଉ ସେତିକି ଦିନ ଯାଏ ଜଣେ ରକଷ୍ଟାର ଭାବେ ରହିବାକୁ ହେବ। ଆଉ ସବୁ କିଛିକୁ ସ୍ମିତହାସ୍ୟର ସହ ସାମ୍ନା କରିବାକୁ ପଡ଼ିବ"। ଏହା ବ୍ୟତୀତ ସତ କଥା ଦିନେ ନା ଦିନେ ପଦାକୁ ଆସିବ ଏବଂ ତାଙ୍କୁ ଠିକ ସମୟରେ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।

Post

ଗତକାଲି ମଧ୍ୟ ସେ ଆଉ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଆତ୍ମଗର୍ବୀ ମାନଙ୍କ ବିଷୟରେ ଲେଖିଥିଲେ। ଆତ୍ମଗର୍ବୀ ଏବଂ ନିଜର ପ୍ରଶଂସା କରୁଥିବା ଲୋକଙ୍କ ଠାରୁ କଦାପି ସତ କଥା ଶୁଣିବାକୁ ମିଳିବନାହିଁ ବୋଲି ସେ କହିଛନ୍ତି। ଯଦି ବି କିଛି ମିଳେ ତେବେ ତାହା ସେମାନଙ୍କୁ ହିରୋ କିମ୍ବା ପୀଡିତ ଭାବରେ ଚିତ୍ରିତ କରିବ। ଏମାନେ ଭିଲେନ୍ ଭାବରେ ଚିତ୍ରିତ ହୋଇପାରିବେ ନାହିଁ ବୋଲି ସେ ଲେଖିଛନ୍ତି।