ବିବାଦକୁ ଚଳଚିତ୍ରର ରୂପ ଦେବେ ପ୍ରକୃତି ମିଶ୍ର! ଆସୁଛି ଫିଲ୍ମ 'ଦ୍ରୌପଦୀ', କହିଲେ ଫିଲ୍ମରେ ଦେଖିବେ ଜଣେ ନାରୀ କିପରି ଅନ୍ୟ ନାରୀର...

 
Draupadi

ଅଭିନେତା ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀଙ୍କ ଠାରୁ ମାଡ଼ ଖାଇବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏହି ଘଟଣାର ଆପୋଷ ସମାଧାନ ପରେ ପୁଣିଥରେ ବମ୍ବେ ଫେରି ଯାଇଛନ୍ତି ପ୍ରକୃତି ମିଶ୍ର। ତେବେ, ଯିବା ପୂର୍ବରୁ ଘଟଣାର ଦ୍ୱିତୀୟ ଇନିଂସ ପାଇଁ ଅପେକ୍ଷା କରନ୍ତୁ ବୋଲି ସେ କହିଥିଲେ। ଏବେ ପ୍ରକୃତିଙ୍କ ଅଭିନୀତ ଆଗାମୀ ଚଳଚିତ୍ରକୁ ନେଇ ଚର୍ଚ୍ଚା ହେଉଛି।

Draupadi

ଚଳଚିତ୍ରର ନାମ 'ଦ୍ରୌପଦୀ' ହୋଇଥିବା ବେଳେ ଏଥିରେ ପ୍ରକୃତିଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ। ଯୁଗ ଯୁଗ ଧରି ପୁରୁଷ ପ୍ରଧାନ ସମାଜରେ ନାରୀ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ ଜଣେ ନାରୀ ହିଁ ଆଉ ଜଣେ ନାରୀର ପ୍ରଥମ ଶତ୍ରୁ ବୋଲି ବିବେଚନା କରିଛନ୍ତି ପ୍ରକୃତି। ବିଗତ ଦିନରେ ତାଙ୍କୁ ବିଚ୍ ରାସ୍ତାରେ ଯେଉଁଭଳି ଭାବରେ ମାଡ଼ ମରାଗଲା। ଯେଉଁଭଳି ଭାବରେ ତାଙ୍କ ବ୍ୟକ୍ତିତ୍ୱ ଉପରେ ଆଘାତ କରାଗଲା ତାହା ସବୁକିଛି ଏହି ଚଳଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡ଼ିଛି।

Post

 ପ୍ରକୃତି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସହିତ ଯେପରି ଅନ୍ୟାୟ ଘଟିଲା। ଜଣେ ପବ୍ଲିକ ଫିଗର୍ ହୋଇଥିବାରୁ ଏହା ଚର୍ଚ୍ଚାର ପରିସରକୁ ଆସିପାରିଲା। ସେ ନିଜେ ଜଣେ ସାହସୀ ଝିଅ ହୋଇଥିବାରୁ ଏ ସବୁକୁ ଭୁଲି ଆଗକୁ ବଢି ପାରିଛନ୍ତି। କିନ୍ତୁ, ଆହୁରି ଏଭଳି ଅନେକ ନାରୀ ରହିଛନ୍ତି ଯାହାଙ୍କ ସହିତ ଏଭଳି ଘଟଣା ଘଟୁଥିଲେ ହେଁ ସେଥିପ୍ରତି କାହାର ନିଘା ନାହିଁ। ଆଗାମୀ ଚଳଚିତ୍ର ମାଧ୍ୟମରେ ସେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରର କାହାଣୀ ବଖାଣିବେ ବୋଲି ସୂଚନା ଦେଇଛନ୍ତି। ଏହି ଚଳଚିତ୍ରଟି ଉଭୟ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ରିଲିଜ୍ କରାଯିବ।