ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ! ଜାଣନ୍ତୁ କଣ ହୋଇଛି ତାଙ୍କର

 
Mithun chakrabarty

ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବଲିଉଡ଼ର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କର କିଡନୀରେ ଷ୍ଟୋନ ହୋଇଥିବା ହେତୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଏଥିନେଇ ମିଥୁନଙ୍କର ପୁଅ ମିମୋହ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକୃତରେ ମିଥୁନ ଡାକ୍ତରଖାନାରେ ଚେତାଶୂନ୍ୟ ଅବସ୍ଥାରେ ଥିବା ସମୟର ଏକ ଫୋଟୋ ଭାଇରାଲ ହେବାପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

Mithun chakrabarty

ମିଥୁନଙ୍କୁ ବାଙ୍ଗାଲୋର ସ୍ଥିତ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ମିଥୁନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଟେଷ୍ଟ କରିବା ପରେ କିଡନୀରେ ଷ୍ଟୋନ ଥିବା ଜଣାପଡିଥିଲା। ସାମାଜିକ ଗଣମାଧ୍ୟମରେ ମିଥୁନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଥିଲେ ହେଁ ମିମୋହ ଚକ୍ରବର୍ତ୍ତୀ ଏହାକୁ ଖଣ୍ଡନ କରିଛନ୍ତି।

Mithun on bed

ସୂଚନା ଥାଉ କି ମେଡିକାଲରେ ମିଥୁନ ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର କୁହାଯାଇଥିଲା। ତେବେ ତାଙ୍କ ପୁଅ ଏହାକୁ ଖଣ୍ଡନ କରିଛନ୍ତି।