ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଆଲିଆ? କହୁ କହୁ ଏପରି କିଛି କହିଲେ କରଣ ଜୋହାର, ଜାଣନ୍ତୁ

 
Alia ranbir

ବିବାହର ମାତ୍ର ୩ ମାସ ମଧ୍ୟରେ ହିଁ ମାତାପିତା ହେବାକୁ ଯାଉଛନ୍ତି ବଲିଉଡ଼ର ଷ୍ଟାର ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗତ ଜୁନ ୨୭ ତାରିଖରେ ଆଲିଆ ନିଜେ ଏଥିନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ତାଙ୍କ ପ୍ରଶଂସକ ମାନେ ଏଥିନେଇ ଖୁସି ଥିବାବେଳେ ବିବାହ ପୂର୍ବରୁ ଗର୍ଭବତୀ ଥିବା ସନ୍ଦେହ କରି କିଛି ଲୋକେ ଆଲିଆଙ୍କୁ ଟ୍ରୋଲ କରୁଛନ୍ତି।

Alia

ଏହାରି ଭିତରେ କରଣ ଜୋହରଙ୍କର ଏକ ମନ୍ତବ୍ୟ ବେସ୍ ଭାଇରାଲ ହେବାରେ ଲାଗିଛି। କରଣ କହିଛନ୍ତି ଯେ," ଆଲିଆ ଗର୍ଭବତୀ ଥିବା ଜାଣି ମୁଁ କାନ୍ଦିବାକୁ ଲାଗିଥିଲି। ସେ ଏଖବର ଦେବାକୁ ମୋ ଅଫିସକୁ ଆସିଥିଲେ। ମୋର ମନେ ଅଛି, ସେଦିନ ମୋର କେଶ ଠିକ ଭାବେ ସେଟ୍ ହେଉନଥିଲା। ଏଥିପାଇଁ ମୁଁ ବିରକ୍ତ ହୋଇ ଏକ ହୁଡି ପିନ୍ଧିବା ସହ ଏକ କ୍ୟାପ୍ ପିନ୍ଧି ମୋ ଚେୟାରରେ ବସିଥିଲି। ଏହି ସମୟରେ ଆଲିଆ ଆସି ମୋତେ ଖୁସି ଖବର ଦେଇଥିଲେ। ଏହା ଶୁଣି ମୁଁ ଭାବବିହ୍ବଳ ହୋଇପଡ଼ିବାରୁ ଆଲିଆ ମୋତେ ଆଲିଙ୍ଗନ କରିଥିଲେ"।

Alia with karan johar

ଏହି ଘଟଣା "କଫି ୱିଥ୍ କରଣ- ସିଜନ ୭" ସମୟର ଯେବେ ରଣବୀର ଏବଂ ଆଲିଆ ସେଠାକୁ ସୁଟିଂ ପାଇଁ ଆସିଥିଲେ ସେତବେଳେ ଘଟିଥିବା କୁହାଯାଉଛି। ତେବେ, ସେହି ସମୟରେ ଆଲିଆ କରଣଙ୍କୁ ନିଜ ବିବାହ ବିଷୟରେ କହିବା ସହିତ ତାଙ୍କୁ ନିମନ୍ତ୍ରଣ ଦେଇଥିବା କହିଛନ୍ତି। କରଣ ଭୁଲବଶତଃ ଆଲିଆ ଗର୍ଭବତୀ ଥିବା କଥା କହିବା ପରେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାର ଟିପ୍ପଣୀ ଦେଉଛନ୍ତି। କରଣଙ୍କ ପାଟିରୁ ଭୁଲବଶତଃ ସତ କଥା ବାହାରି ଗଲା ବୋଲି କିଛି ଲୋକେ କହୁଛନ୍ତି।