ଅନୁଭବଙ୍କ ଉପରେ ପଡ଼ିଲା କି ବର୍ଷାଙ୍କ ଅଭିଶାପ! କାମ ଖୋଜୁଛନ୍ତି ଅନୁଭବ ମହାନ୍ତି, ଜାଣନ୍ତୁ ପୂରା ଖବର

ଓଡ଼ିଆ ସଂସ୍କୃତିରେ ବୋହୂକୁ ଘରର ଲଷ୍ମୀ ବୋଲି କୁହାଯାଇଥାଏ। ଘରର ବୋହୂକୁ ହଇରାଣ ହରକତ କରିଲେ ଘରୁ ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥାନ୍ତି ବୋଲି ମତ ରହିଛି। ତେବେ, ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବିବାଦ ବଢିବା ପରେ ଅନୁଭବଙ୍କର ବେଳା ଖରାପ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମନୋରଞ୍ଜନ ଭିତ୍ତିକ ରିଆଲିଟି ଶୋ "ଦାଦାଗିରି-ହୃଦୟରୁ" ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିବା ଅନୁଭବ ମହାନ୍ତିଙ୍କୁ ବଦଳାଇ ସିଦ୍ଧାନ୍ତ ମହାପାତ୍ରଙ୍କୁ ନିଯୁକ୍ତ କରାଯିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି।
କେବଳ ଅଭିନୟ ଜଗତ ନୁହେଁ ବରଂ ବିଗତ ଦିନରେ ରାଜ୍ୟର ଶାସକ ଥିବା ବିଜେଡ଼ିର ପୋଷ୍ଟର ବୟ ସାଜିଥିବା ଅନୁଭବ ବର୍ତ୍ତମାନ ଯେମିତି ଅଲୋଡ଼ା ହୋଇପଡ଼ିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅନୁଭବଙ୍କୁ ଏକ ଘରିଆ କରି ଦେଇଥିଲା ଦଳ, ଏପରିକି ଦଳୀୟ ପୋଷ୍ଟର ଗୁଡିକରେ ମଧ୍ୟ ଅନୁଭବଙ୍କୁ ଦେଖିବାକୁ ମିଳୁନାହିଁ। ଦିନକୁ ଦିନ ଅନୁଭବ ସମସ୍ତ କ୍ଷେତ୍ରରେ ବିବାଦୀୟ ହୋଇପଡୁଥିବା ବେଳେ ତାଙ୍କ କ୍ୟାରିଅର ନିମ୍ନଗାମୀ ହେବାରେ ଲାଗିଛି। ବର୍ଷାଙ୍କ ସହିତ ତାଙ୍କର ପାରିବାରିକ କଳହ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।
ଏହା ବ୍ୟତୀତ ସାମ୍ବାଦିକା ଜାଗ୍ରତୀ ଶୁକ୍ଳାଙ୍କ ସହିତ ସମ୍ପର୍କକୁ ନେଇ ହେଉଥିବା ଗୁଜବ ପାଇଁ ଅଧିକ ବିବାଦୀୟ ହୋଇ ପଡିଛନ୍ତି ଅନୁଭବ। ହୁଏତ ଏହି କାରଣରୁ ଅନୁଭବଙ୍କୁ ରିଆଲିଟି ସୋରୁ ବାହାର କରି ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏପରିକି ଦିନେ ସାଂସଦ ଏବଂ ଓଲିଉଡର ଏକ ନମ୍ବର ଅଭିନେତା ଥିବା ଅନୁଭବ ବର୍ତ୍ତମାନ କାମ ଖୋଜୁଥିବା ଶୁଣିବାକୁ ମିଳୁଛି।