ଆଉ ଅଧା ଲଙ୍ଗଳା ଦେହ ଦେଖାଇ ପୁଅଙ୍କୁ ବାଥରୁମ୍ ପଠାଇ ପାରିବେନି ନିଶା ମହାରଣା, ଜାଣନ୍ତୁ କାହିଁକି

 
Nisha Moharana

ନିଜ ସୋସିଆଲ୍ ମିଡିଆ ଅକାଉଣ୍ଟରେ ହଟ୍ ଫିଗର୍ ଦେଖାଇବା ସହିତ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ନିଶା ମହାରଣା। ଅଶ୍ଲୀଳ ଏବଂ ଯୌନଉଦ୍ଦୀପକ ପୋଷ୍ଟ ଅପଲୋଡ଼ କରି ନିଶା ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରୁଥିବା ବେଳେ ଏବେ ତାଙ୍କର ଏହି ଅଭ୍ୟାସ ହିଁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି କିଛି ସାମାଜିକ ସଂଘଠନ।

Nisa

 ମିଳିଥିବା ସୂଚନା ଅନୁଯାଇ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଯାହା ଫଳରେ ନିଶା ମହାରଣାଙ୍କୁ ପୋଲିସ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି। କେବଳ ଏତିକି ନୁହେଁ ସୋଶାଲ ମିଡ଼ିଆରେ ଘୂରି ବୁଲୁଥିବା ନିଶାଙ୍କ ବିବାଦୀୟ ଭିଡିଓ ଗୁଡ଼ିକୁ ଡିଲିଟ୍ କରିବା ପାଇଁ ଦାବି ହେଉଛି।

Arrest

ନିଜେ ନେମ୍ ଆଣ୍ଡ ଫେମ୍ ବଢାଇବା ପାଇଁ ନିଶା ସୋସିଆଲ ମିଡିଆରେ ଏଭଳି ନଗ୍ନ ଭିଡ଼ିଓ ଅପଲୋଡ଼ କରିବା ଯୁବପିଢ଼ିଙ୍କୁ ବିପଥଗାମୀ କରାଇପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି ପୁଙ୍ଗୁଳା ଦେହରେ ସେ ବିଭିନ୍ନ ୱେବ୍‌ଚ୍ୟାନେଲ୍‌କୁ ସାକ୍ଷାତକାର ଦେଉଥିବା ବେଳେ ତାଙ୍କ ମନ୍ତବ୍ୟ କେହି ଶୁଣିବା ଯୋଗ୍ୟ ନୁହେଁ ବୋଲି ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।