କେମିତି ଦୂତିଙ୍କ ସହ ଆରମ୍ଭ ହେଲା ପ୍ରେମ, ସମ୍ପର୍କର ସବୁ ଗୁମର ଖୋଲିଲେ ବାନ୍ଧବୀ ମୋନାଲିସା, କହିଲେ ମୁଁ ଦୂତିଙ୍କୁ... ଦେଖନ୍ତୁ ଭିଡ଼ିଓ

 
Dutee chand

ପ୍ରଥମ ଥର ପାଇଁ ନିଜ ସମଲିଙ୍ଗୀ ସମ୍ପର୍କ ଏବଂ ସାଥି ମୋନାଲିସାଙ୍କୁ ନେଇ କ୍ୟାମେରା ସାମ୍ନାକୁ ଆସିଛନ୍ତି ଷ୍ଟାର୍ ଧାବିକା ଦୂତି ଚାନ୍ଦ। ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ ଖୋଲାଖୋଲି ମିଡିଆ ସାମ୍ନାକୁ ଆସିଥିବା ଦୂତୀ ଏଥର ତାଙ୍କ ଜୀବନ ସାଥିଙ୍କ ସହିତ ଫୋଟୋସୁଟ କରି ପୁଣି ଥରେ ଆଲୋଚନାର ପରିସରକୁ ଆସିଛନ୍ତି। ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍ ପାଇଁ ଫଟୋସୁଟ୍ ହୋଇଥିବା ବେଳେ ଏଥିରେ ଦୂତୀ ଏବଂ ମୋନାଲିସା ସାହୁଙ୍କୁ ରୋମାଣ୍ଟିକ ପୋଜରେ ଫୋଟୋ ଉଠାଉଥିବା ଦେଖିବାକୁ ମିଳିଛି।

Dutee chand

ଏହି ଫୋଟୋସୁଟ୍ ସମୟରେ ଉଭୟେ ଦୂତୀ ଏବଂ ମୋନାଲିସା ସାମ୍ବାଦିକା ଇତି ସାମନ୍ତଙ୍କ ଆଗରେ ନିଜ ପ୍ରେମ ସମ୍ପର୍କ ବିଷୟରେ ମୁହଁ ଖୋଲିଥିଲେ। କେବଳ ଏତିକି ନୁହେଁ ଆଗକୁ ମୋନାଲିସାଙ୍କୁ ହିଁ ବିବାହ କରିବେ ବୋଲି ଦୂତୀ ସ୍ପଷ୍ଟ ଭାବରେ କହିଛନ୍ତି। ମୋନାଲିସା ମଧ୍ୟ ଦୂତୀଙ୍କୁ ହିଁ ବାହା ହେବେ ବୋଲି କହିଛନ୍ତି। ଏବେ ମଧ୍ୟ ଉଭୟେ ଏକାଠି ଗୋଟିଏ ଘରେ ରହୁଛନ୍ତି କିନ୍ତୁ ଦୂତୀଙ୍କର ୨୦୨୪ ଅଲମ୍ପିକ୍ସ ପରେ ହିଁ ସେମାନେ ବିଧିବଦ୍ଧ ଭାବରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି। ଦେଖନ୍ତୁ ଭିଡ଼ିଓ:-​

​​​​​​ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ଗାଁରେ ଖୁଦୁରୁକୁଣୀ ପୂଜାବେଳେ ଦୂତୀ ପ୍ରଥମ ଥର ପାଇଁ ମୋନାଲିସାଙ୍କୁ ଦେଖିଥିଲେ। ଦୀର୍ଘ ଏକ ବର୍ଷର କଥାବାର୍ତ୍ତା ପରେ ମୋନାଲିସା ଦୂତୀଙ୍କ "ଆଇ ଲଭ୍ ୟୁ" କହିଥିବା ସ୍ୱୀକାର କରିଛନ୍ତି। ଏହି ସମ୍ପର୍କ ବିଷୟରେ ଜଣାପଡିବା ପରେ ଦୂତୀଙ୍କ ପରିବାର ଏହାକୁ ଗ୍ରହଣ କରିନଥିଲେ। କେବଳ ଏତିକି ନୁହେଁ ଏହାକୁ ନେଇ ଅନେକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା। ତେବେ, ଏହାକୁ ଖାତିର ନ କରି ଦୂତୀ ଏବେ ନିଜ ସାଥି ମୋନାଲିସାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।