ଦେଖନ୍ତୁ ଭିଡ଼ିଓ: ଭାରତର ଦେଶୀ ଯୁଗାଡ଼! ଫର୍ମୁଲା-୧ ରେସିଙ୍ଗ କାର ଧରି କ୍ଷୀର ବିକିଲେ ଏହି ବ୍ୟବସାୟୀ

ଆପଣମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କେବେ ନା କେବେ ଫର୍ମୁଲା-୧ ରେସିଙ୍ଗ ନିଶ୍ଚିତ ଭାବରେ ଦେଖିଥିବେ। ଏହି ରେସରେ ତିନି ଚକା ବିଶିଷ୍ଟ କାର ଗୁଡିକ ଦ୍ରୁତ ଗତିରେ ରେସିଙ୍ଗ ପିଟ୍ ଉପରେ ପ୍ରତିଯୋଗିତା କରିଥାନ୍ତି। କିନ୍ତୁ, ଭାରତରେ ଏହାର ଠିକ ଓଲଟା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ଏଭଳି ହିଁ ଏକ କାର ପ୍ରସ୍ତୁତ କରି ସେଥିରେ କ୍ଷୀର ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି।
କଥାଟିକୁ ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ଜଣେ ବ୍ୟକ୍ତି "ଫର୍ମୁଲା-୧ ରେସିଙ୍ଗ" କାର ପରି ଏକ ଗାଡ଼ିରେ ଦୁଧ ପାତ୍ର ବୋହି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି କାରରେ ଷ୍ଟିୟାରିଂ ଓ ଚେୟାର ଫିଟ ହୋଇଥିବା ବେଳେ ଡ୍ରାଇଭର ଜଣଙ୍କ ନିଜେ ଜ୍ୟାକେଟ ଓ ହେଲମେଟ୍ ପିନ୍ଧି ଷ୍ଟାଇଲର ସହିତ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-
When you want to become a F1 driver, but the family insists in helping the dairy business 👇😜 pic.twitter.com/7xVQRvGKVb
— Roads of Mumbai 🇮🇳 (@RoadsOfMumbai) April 28, 2022
@RoadsofMumbai ନାମକ ଏକ ଟ୍ୱିଟର ପେଜ୍ ଦ୍ୱାରା ଏହି ଭିଡ଼ିଓଟିକୁ ସେୟାର କରାଯାଇଥିଲା। ଏପ୍ରିଲ ୨୮ ତାରିଖରେ ସେୟାର କରାଯାଇଥିବା ଏହି ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ସୁଦ୍ଧା ଏହି ଭିଡ଼ିଓକୁ ୧୪ ଲକ୍ଷରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ୨୨ ହଜ଼ାର ରୁ ଅଧିକ ଲୋକେ ଏହାକୁ ଲାଇକ କରିଛନ୍ତି।