ଦେଖନ୍ତୁ ଭିଡ଼ିଓ: ପତ୍ନୀ VS ବାନ୍ଧବୀ: ଜାଗ୍ରତୀ ଶୁକ୍ଳାଙ୍କ ଘୃଣାର ଏଭଳି ହସରେ ଜବାବ୍ ଦେଲେ ବର୍ଷା କହିଲେ ମୁଁ...

 
Varsha anubhav

ଗୋଟିଏ ପଟେ ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହି ଘଟଣାରେ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି। ଏବେ ସାମ୍ନାସାମ୍ନି ନୁହେଁ ବରଂ ଚାଲିଛି ସୋସିଆଲ ମିଡିଆରେ ଯୁଦ୍ଧ। ଏହାରି ଭିତରେ ଏଣ୍ଟ୍ରି କରିଛନ୍ତି ଲୋକପ୍ରିୟ ସାମ୍ବାଦିକା ତଥା ନିଜକୁ ଅନୁଭବଙ୍କର ବନ୍ଧୁ କହୁଥିବା ଜାଗ୍ରତୀ ଶୁକ୍ଳା।

Post

ବିଗତ ଦିନ ମାନଙ୍କରେ ଅନୁଭବ ଏବଂ ଜାଗ୍ରତୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏପରିକି ଅନୁଭବ ନିଜେ ତାଙ୍କର ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଜାଗ୍ରତୀଙ୍କ ସହିତ ଫୋଟୋ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ, ଏବେ ଜାଗ୍ରତୀ ତାଙ୍କର ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି। ସେ ସିଧାସଳଖ ତାଙ୍କର ନାଁ ନେଇନଥିଲେ ହେଁ ଜଣେ ସାଂସଦଙ୍କ ପତ୍ନୀ ନିଜ ବିବାହ ସାର୍ଟିଫିକେଟ୍‌, ମାଟ୍ରିକ୍‌ ସାର୍ଟିଫିକେଟ, ପାସ୍‌ପୋର୍ଟ, ପାନ୍‌କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଆଇଟିଆର୍‌(ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ)ରେ ଭିନ୍ନ ଭିନ୍ନ ନାଁ ଦର୍ଶାଇଛନ୍ତି। ଏହାକୁ କଣ ଫ୍ରଡ୍‌ ବୋଲି ଧରାଯିବନି କି ? ଏହାର କଣ ତଦନ୍ତ ହେବା କଥା ନୁହେଁ କି ?" ବୋଲି ଲେଖିଥିଲେ।

ଏହାର ଉତ୍ତରରେ ବର୍ଷା କିଛି କହିନଥିଲେ ହେଁ ତାଙ୍କର ଫେସବୁକ ଅକାଉଣ୍ଟ ସେ କେତୋଟି ଫୋଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ବର୍ଷା ହସ ହସ ମୁହଁରେ ଫୋଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଜାଗ୍ରତୀ ଲଗାତାର ତାଙ୍କୁ କୁଠାରଘାତ କରିବାକୁ ଚେଷ୍ଟା କରୁଥିବା ବେଳେ ବର୍ଷାଙ୍କର ଏଭଳି ଶାନ୍ତ ଆଭିମୁଖ୍ୟ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଅନ୍ୟପକ୍ଷରେ ଜାଗ୍ରତୀଙ୍କ ବିରୋଧରେ ବର୍ଷା ଥାନାରେ ଏତଲା ଦେଇଥିବା ମଧ୍ୟ ଜାଣିବାକୁ ମିଳିଛି।