ଲତା ମଙ୍ଗେସକରଙ୍କ ପରେ ପ୍ରଖ୍ୟାତ ସଙ୍ଗୀତକାର ବାପି ଲାହିରୀଙ୍କର ଅକାଳ ବିୟୋଗ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Bapi

ବଲିଉଡ଼ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର, ପ୍ରଖ୍ୟାତ ଏବଂ ପ୍ରତିଷ୍ଠିତ ଗାୟକ ତଥା ସଂଗୀତିକାର ବାପି ଲାହିରୀଙ୍କର ଗତ କାଲି ରାତିରେ ଦେହାନ୍ତ ହୋଇଯାଇଛି। ଦେହାନ୍ତ ସମୟରେ ବାପି ଲାହିରୀଙ୍କୁ ୬୯ ବର୍ଷ ହୋଇଥିବା ବେଳେ ସେ Obstructive sleep Apnia(OSA) ଦ୍ୱାରା ପୀଡ଼ିତ ଥିଲେ। ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା।

Bapi lahiri

Obstructive sleep Apnia(OSA) ବ୍ୟତୀତ ସେ ରିକରେଣ୍ଟ ଚେଷ୍ଟ ଇଂଫକ୍ସନ ଦ୍ୱାରା ମଧ୍ୟ ପୀଡିତ ଥିଲେ। ବାପିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଜୁହୁ ସ୍ଥିତ କ୍ରିଟିକେୟାର ଡାକ୍ତରଖାନାରେ ଗତ ୨୯ ତାରିଖରେ ଭର୍ତ୍ତି କରାଯାଇଥିଲା। ୧୫ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ଯିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା। କିନ୍ତୁ ଘରେ ପହଞ୍ଚିବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପୁଣିଥରେ ବିଗିଡ଼ି ଯାଇଥିଲା। ତାଙ୍କୁ ପୁଣିଥରେ ଡାକ୍ତରଖାନା ନିଆ ଯାଇଥିଲେ ହେଁ ରାତି ୧୧.୪୫ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Bapi lahiri

କିଛି ଦିନ ପୂର୍ବରୁ ଭାରତ ମହାନ ଗାୟିକା ଲତା ମଙ୍ଗେସକରଙ୍କୁ ହରାଇ ଥିବା ବେଳେ ଏବେ ବାପି ଲାହିରୀଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଡ଼ିସ୍କୋ କିଙ୍ଗ ଭବାରେ ଜଣାଶୁଣା ବାପି ଲାହିରୀ ଚଲତେ ଚଲତେ, ସୁରକ୍ଷା ଏବଂ ଡିସ୍କୋ ଡ୍ୟାନ୍ସର୍ ଭଳି ଅନେକ ସିନେମାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କର ବିୟୋଗରେ ଅଜୟ ଦେବଗନ ଏବଂ ଯୁବରାଜ ସିଂଙ୍କ ଭଳି ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି।