ଚର୍ଚ୍ଚାରେ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍! କରିବେ ନିଶା ବ୍ୟବସାୟ ଲଞ୍ଚ କରିବେ ନିଜସ୍ୱ ଭୋଡ଼କା ବ୍ରାଣ୍ଡ, ଜାଣନ୍ତୁ ପୂରା ଖବର
Dec 15, 2022, 21:02 IST

ନିଜର ଆଗାମୀ ଚଳଚିତ୍ର 'ପଠାନ୍' କୁ ନେଇ ଚର୍ଚ୍ଚାରେ ରହିଛନ୍ତି କିଙ୍ଗ ଶାହାରୁଖ ଖାଁ। ଏହାରି ଭିତରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାଁ ମଧ୍ୟ ବଲିଉଡ ଡେବ୍ୟୁ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ସେ ରାଇଟର୍-ଡାଇରେକ୍ଟର୍ ଭାବରେ ହିନ୍ଦୀ ସିନେ ଜଗତରେ ପାଦ ଥାପିବାକୁ ଯାଉଥିବା ଶୁଣିବାକୁ ମିଳୁଛି।
ଏହାରି ଭିତରେ ଆର୍ଯ୍ୟନ ଭାରତରେ ନିଜର ଭୋଡ଼କା ବିଜନେସ୍ ଆରମ୍ଭ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି। ଆର୍ଯ୍ୟନ ଖାନ୍ ବିଶ୍ୱର ଏକ ଅଗ୍ରଣୀ ମଦ କମ୍ପାନୀ ସହିତ ସହଭାଗିତାରେ ବ୍ୟବସାୟ ଆରମ୍ଭ କରିବେ। ମାତ୍ର ୨୫ ବର୍ଷ ବୟସରେ ଆର୍ଯ୍ୟନ ନିଜର ଏକ ପ୍ରିମିୟମ୍ ଭୋଡ଼କା ବ୍ରାଣ୍ଡ ଲଞ୍ଚ କରିବାକୁ ନେଇ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି।
କୁହାଯାଉଛି, ଗତ ସପ୍ତାହରେ ଆର୍ଯ୍ୟନ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ସହ ଫଟୋ ସେୟାର କରିଥିଲେ । ଆହୁରି ମଧ୍ୟ ଆର୍ଯ୍ୟନ ଖାନ୍ ଗୋଟିଏ ସିରିଜ୍ ଲେଖିଛନ୍ତି ଯେଉଁଥିରେ ସେ ଦର୍ଶକଙ୍କ ସାମ୍ନାରେ ନିଜ ମନର କଥା ରଖିବେ ।