ପୁଣିଥରେ ସିନେମାକୁ ଫେରିଲେ ଅନୁଭବ! ଲଣ୍ଡନରେ ଏହି ଅଭିନେତ୍ରୀଙ୍କ ସହିତ କରୁଛନ୍ତି ରୋମାନ୍ସ, ଜାଣନ୍ତୁ ପୂରା ଖବର

 
Anubhab

ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ଓଲିଉଡ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି ଷ୍ଟାର ଅଭିନେତା ଅନୁଭବ ମହାନ୍ତି। ରାଜନୀତି ପରେ ଅନୁଭବ ପୁଣିଥରେ ସିନେ ଜଗତକୁ ଫେରିଥିବା ବେଳେ ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ, ଅନୁଭବଙ୍କର ଆଗାମୀ ସିନେମାର ସୁଟିଂ ଲଣ୍ଡନରେ ଚାଲିଥିବା ଜଣାପଡ଼ିଛି।

Anubhav

 ମିଳିଥିବା ସୂଚନା ଅନୁଯାଇ ଅନୁଭବ ନିଜର ଆଗାମୀ ସିନେମା 'ଲଭ୍ ଇଂ ଲଣ୍ଡନ'ର ସୁଟିଂ ପାଇଁ ଲଣ୍ଡନ ଯାଇଥିଲେ। ଏହି ଚଳଚିତ୍ରରେ ତାଙ୍କ ସହିତ ବଙ୍ଗୀୟ ଅଭିନେତ୍ରୀ ପୌଲାମି ଦାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଲଣ୍ଡନରେ ନାୟିକାଙ୍କ ସହ ଅନୁଭବ ବେଶ୍ ରୋମାଣ୍ଟିକ ଅନ୍ଦାଜରେ ଚଳଚିତ୍ର ସୁଟିଂ କରୁଥିବା ନଜର ଆସିଛି।

Movie

ଅନୁଭବଙ୍କ ନାମରେ ଥିବା ଏକ ପେଜ୍ 'ଅନୁଭବ ମହାନ୍ତି ଦ ରିୟଲ ହିରୋ ଅଫ କେନ୍ଦ୍ରାପଡା' ଫେସବୁକ  ପେଜରେ ଏଥିନେଇ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ 'ଲଭ୍ ଇଂ ଲଣ୍ଡନ' ବ୍ୟତୀତ ଅନୁଭବଙ୍କର ଆଉ ଏକ ଚଳଚିତ୍ର 'ରାବଣ' ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। ଅନୁଭବଙ୍କର ଏହି ଦୁଇଟି ଚଳଚିତ୍ର ବେସ୍ ସଫଳ ହେବ ବୋଲି ତାଙ୍କ ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି।