ତମାଖୁ ବିଜ୍ଞାପନ କରିଥିବାରୁ କ୍ଷମା ପ୍ରାର୍ଥନା କରିଲେ ଅକ୍ଷୟ କୁମାର, କହିଲେ ଏଥିରୁ ମିଳିଥିବା ସବୁ ଟଙ୍କା...

 
Akshay kumar

ଗତ କିଛିଦିନ ତଳେ ଏକ ତମାଖୁ ବିଜ୍ଞାପନରେ ଷ୍ଟାର ଅଭିନେତା ତଥା ବଲିଉଡ଼ର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଥିଲା। ତେବେ, ତମାଖୁ ପ୍ରଡକ୍ଟର ବିଜ୍ଞାପନରେ ଅଂଶଗ୍ରହଣ କରିଥିବାରୁ ଅକ୍ଷୟ କୁମାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ପରେ ସେ ଏହି ବିଜ୍ଞାପନ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Akshay kumar

 କେବଳ ଏତିକି ନୁହେଁ ଏହି ବିଜ୍ଞାପନ ପାଇଁ ସେ ନେଇଥିବା ସମସ୍ତ ଟଙ୍କା ଜନସାଧାରଣଙ୍କ ହିତ ପାଇଁ ଦାନ କରିଦେବେ ବୋଲି କହିଛନ୍ତି ଅକ୍ଷୟ କହିଛନ୍ତି। ଏଥିନେଇ ଅକ୍ଷୟ ନିଜ ଟ୍ୱିଟର ଅକାଉଣ୍ଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି ଯେ," ମୁଁ ଦୁଃଖିତ। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଗତ କିଛିଦିନ ଧରି ଆପଣମାନଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ନା ମୁଁ ତମାଖୁକୁ ସମର୍ଥନ କରେ ନା ସମର୍ଥନ କରିବି। ପାନ ମସଲା ବିଜ୍ଞାପନରେ ମୁଁ ସାମିଲ ହେବା ଦ୍ୱାରା ଆପଣଙ୍କ ଯେଉଁ ଭାବନା ରହିଛି, ତାକୁ ମୁଁ ବୁଝିପାରୁଛି। ଆପଣମାନଙ୍କ ଏହି ଭାବାବେଗକୁ ମୁଁ ସମ୍ମାନ କରୁଛି। ତେଣୁ ମାନବିକତା ଦୃଷ୍ଟିରୁ ମୁଁ ଏହି ବିଜ୍ଞାପନରୁ ଓହରି ଯାଉଛି’।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଅକ୍ଷୟ କୁମାର ତମାଖୁକୁ ବିରୋଧ କରି ଆସୁଛନ୍ତି। ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ କଦାପି ଏଭଳି ବିଜ୍ଞାପନ କରିବେ ନାହିଁ କି ଏହାକୁ ପ୍ରୋତ୍ସାହିତ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ, ଏବେ ଏଭଳି ବିଜ୍ଞାପନରେ ଅଭିନୟ କରିବା ପରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ ଓ ଅଜୟ ଦେବଗନଙ୍କ ସହିତ ଅକ୍ଷୟ କୁମାରଙ୍କୁ Vimal Elaichi ବିଜ୍ଞାପନରେ ଦେଖିବାକୁ ମିଳିଥିଲା।