ଜନ୍ମଦିନରେ ସୁନ୍ଦରୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା! ରହସ୍ୟଜନକ ଅବସ୍ଥାରେ ମିଳିଲା ମୃତଦେହ, ଜାଣନ୍ତୁ ପୂରା ଘଟଣା

 
Actress

ନିଜ ଜନ୍ମଦିନରେ ଆତ୍ମହତ୍ୟା କରିଲେ କେରଳର ମଡେଲ ତଥା ସିନେ ଅଭିନେତ୍ରୀ ଶାହାନା। ଗୁରୁବାର ଦିନ ରାତିରେ ସେ ନିଜର ୨୨ତମ ଜନ୍ମଦିନ ପାଳନ କରିଥିବା ବେଳେ ସେହିଦିନ ବିଳମ୍ବିତ ରାତିରେ ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହି ମାମଲାରେ ପୋଲିସ ଶାହାନାଙ୍କ ସ୍ୱାମୀ ସାଜଦଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

Sahana

ଅନ୍ୟପକ୍ଷରେ ଝିଅର ମୃତ୍ୟ ପାଇଁ ସାଜଦଙ୍କୁ ଦାୟୀ କରିଛନ୍ତି ଶାହାନାଙ୍କ ମାଆ। ବିବାହକୁ ମାତ୍ର ୧.୫ ବର୍ଷ ହୋଇଥିଲେ ହେଁ ସାଜଦ ତାଙ୍କ ଝିଅକୁ ପ୍ରାୟତଃ ମାରପିଟ୍ କରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଶାହାନାଙ୍କ ରୋଜଗାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିବା ଅଭିଯୋଗ ହୋଇଛି।

Suicide

ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ସାଜଦ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ଶାହାନାଙ୍କ ସହିତ ତାଙ୍କର ସମ୍ପର୍କ ଭଲ ଥିବା ଏବଂ ଘଟଣା ଦିନ ତାଙ୍କ ଶବ ବଥରୁମରୁ ମିଳିଥିବା ସାଜଦ୍ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶାହାନା ଅନେକ ଅଳଙ୍କାର ବିଜ୍ଞାପନ ସହିତ କେତେକ ସିନେମାରେ ମଧ୍ୟ ନଜ଼ର ଆସିଥିଲେ।