ବାବୁସାନ-ପ୍ରକୃତି ବିବାଦକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ବଡ଼ ବୟାନ, କହିଲେ ସେମାନେ ଦୁଇ ଜଣଙ୍କୁ...

 
Babushan prakruti mishra

ବାବୁସାନ ଏବଂ ପ୍ରକୃତି ମିଶ୍ର ମାମଲାକୁ ନେଇ ଭିନ୍ନ ଏକ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଆ ସିନେ ଜଗତର ଅଭିନେତା ମନୋଜ ମିଶ୍ର। ସେମାନଙ୍କ ବ୍ୟକ୍ତିଗତ ଜୀବନରେ କଣ ଚାଲିଛି ତାହା ତାଙ୍କ ଉପରେ ଛାଡ଼ିଦେବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ସେମାନଙ୍କ ପ୍ରଫେସନାଲ୍ କାମକୁ ଗୁରୁତ୍ୱ ଦେବା ସହିତ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କିପରି ରାଷ୍ଟ୍ରୀୟ ସ୍ତରରେ ପହଞ୍ଚି ପାରିବ ସେଥିନେଇ ଯତ୍ନବାନ ହେବାକୁ ସେ ଅନୁରୋଧ କରିଛନ୍ତି।

Manoj mishra

ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡ଼ିଓ ମାଧ୍ୟମରେ ସେ କହିଛନ୍ତି ଯେ,"ଆଜି ସକାଳୁ ଅନ୍ୟ ରାଜ୍ୟର ଜଣେ ବନ୍ଧୁ ଏକ ପେପର କଟିଂ ପଠାଇ ମତେ ବିବାଦ ସମ୍ପର୍କରେ ପଚାରିଲେ। ତମର ସେପଟେ ଓଡ଼ିଆ ଫିଲ୍ମରେ ବି ଏମିତି ହେଉଛି କି ? ଆମ ସିନେମାର ନ୍ୟୁଜ ତାଙ୍କ ପାଖରେ ପହଞ୍ଚିନି। କିନ୍ତୁ, ଆମ ବ୍ୟକ୍ତିଗତ ନ୍ୟୁଜ୍ ପହଞ୍ଚି ଯାଇଛି। ଯାହା ଶୁଣି ମତେ ବହୁତ କଷ୍ଟ ହେଲା"। ଅଭିନେତା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ନ ଦେଇ ସେମାନଙ୍କ ପ୍ରଫେସନାଲ କାମ ଉପରେ ଧ୍ୟାନ ଦେବାକୁ ସେ ମିଡିଆ ଭାଇ ମାନଙ୍କୁ ଅନୁରୋଧ କରିଛନ୍ତି।

ଏହା ବ୍ୟତୀତ ବାବୁସାନଙ୍କ ଅଭିନୟକୁ ସେ ଭୁୟସୀ ପ୍ରଶଂସା କରିଛନ୍ତି। ତାଙ୍କ ଅଭିନୀତ ଆଗାମୀ ଚଳଚିତ୍ର 'ଦମନ'ର ଟ୍ରେଲର ଉଚ୍ଚକୋଟିର ହୋଇଥିବା ଏବଂ ଉକ୍ତ ଚଳଚିତ୍ରଟି ଓଡ଼ିଆ ସିନେ ଜଗତରେ କ୍ରାନ୍ତି ସୃଷ୍ଟି କରିବ ବୋଲି ସେ ଆଶା କରିଛନ୍ତି। ବାବୁସାନ ଜଣେ ନ୍ୟାସନାଲ ଲେବଲର ଟ୍ୟାଲେଣ୍ଟ ହୋଇଥିବା ବେଳେ ଏହି ଘଟଣା ପରେ ସେ ଡ଼ିପ୍ରେସନକୁ ନ ଚାଲିଯାଆନ୍ତୁ ସେଥିପ୍ରତି ଭୟ ଲାଗୁଥିବା ମନୋଜ ଆଶଙ୍କା କରିଛନ୍ତି।