ବାପ ପୁଅ ଉଭୟଙ୍କ ସହ ରୋମାନ୍ସ କରିଥିଲେ ଏହି ୬ ବଲିଉଡ଼ ଅଭିନେତ୍ରୀ, ଦେଖନ୍ତୁ ଫଟୋ ସହିତ ପୁରା ଲିଷ୍ଟ

 
Actress

ଅନେକ ଅଭିନେତା ଏବଂ ଅଭିନେତ୍ରୀ ପ୍ରତିବର୍ଷ ବଲିଉଡ଼ରେ ପାଦ ଥାପିଥାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଅଭିନେତ୍ରୀଙ୍କ କ୍ୟାରିଅର ଅଳ୍ପ କେତୋଟି ଫିଲ୍ମ ଭିତରେ ସୀମିତ ରହିଯାଉଥିବା ବେଳେ କେତେକ ଅଭିନେତ୍ରୀ ଲମ୍ବା ସମୟ ପର୍ଯ୍ୟନ୍ତ ବଲିଉଡ଼ରେ ତିଷ୍ଠି ରହିପାରନ୍ତି। ଏହି ଲମ୍ବା କ୍ୟାରିଅର ଭିତରେ ଏପରି କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ନିଜ ସମୟର ଅଭିନେତାଙ୍କ ସହ ଆକ୍ଟିଂ କରିବା ସହିତ ସେମାନଙ୍କ ପୁଅଙ୍କ ସହ ମଧ୍ୟ ଅଭିନୟ କରିବାର ମୌକା ମିଳିଥିଲା।

୧. ହେମା ମାଳିନୀ- ରାଜ କପୁର ଏବଂ ରଣଧୀର କପୁର:- ହିନ୍ଦୀ ସିନେମାର ସବୁଠାରୁ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ହେମା ମାଲିନୀ ଅନ୍ୟତମ।

ସେ ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା "ସପ୍ନୋ କେ ସୌଦାଗର" ଫିଲ୍ମରେ ରାଜ କପୁରଙ୍କ ସହ କାମ କରିଥିଲେ। ଏହା ପରେ ହେମା ମାଳିନୀ ରାଜ କପୁରଙ୍କ ପୁଅ ଅଭିନେତା ରଣଧୀର କପୁରଙ୍କ ସହ "ହାଥ କି ସଫାଇ" ଫିଲ୍ମରେ କାମ କରିଥିଲେ। 

୨. ଡିମ୍ପଲ୍ କାପାଡିଆ- ଧର୍ମେନ୍ଦ୍ର ଏବଂ ସନ୍ନି ଦେଓଲ୍:- ବି-ଟାଉନର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଡିମ୍ପଲ୍ କାପାଡିଆ ମଧ୍ୟ ଏହି ତାଲିକାରେ ଅଛନ୍ତି।

ଡିମ୍ପଲ୍ କାପାଡିଆ ସନ୍ଜି ଦେଓଲଙ୍କ ସହ ମଞ୍ଜିଲ୍- ମଞ୍ଜିଲ୍, ନରସିଂହ, ଆଗ କା ଗୋଲା ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। କିନ୍ତୁ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଡିମ୍ପଲ୍ ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ଦୁଷ୍ମାନ ଦେବତା" ରେ ସନ୍ନି ଦେଓଲଙ୍କ ପିତା ଧର୍ମେନ୍ଦ୍ରଙ୍କ ସହ କାମ କରିଥିଲେ।

୩. ରାନୀ ମୁଖାର୍ଜୀ- ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ:- ଫିଲ୍ମ 'ରାଜା କି ଆଏଗୀ ବାରାତ୍' ସହିତ ଅଭିନେତ୍ରୀ ଭାବରେ ବଲିଉଡରେ ଡେବ୍ୟୁ କରିଥିବା ରାନୀ ମୁଖାର୍ଜୀ ଚଳଚ୍ଚିତ୍ର "ବ୍ଲାକ୍" ରେ ଅମିତାଭ ବଚ୍ଚନଙ୍କ ସହ କାମ କରିଥିଲେ।

ଏହାପୂର୍ବରୁ ରାନୀ ମୁଖାର୍ଜୀ ଅଭିଷେକ ବଚ୍ଚନଙ୍କ ସହ ୨୦୦୧ ମସିହାରେ "ବସ୍ ଇତନା ସା ଖ୍ୱାବ୍ ହୈ" ରେ କାମ କରିଥିଲେ।  

୪. ଶ୍ରୀଦେବୀ- ଅକ୍କିନେନି ନାଗସ୍ୱାରା ରାଓ ଏବଂ ନାଗାର୍ଜୁନ:- ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ତାମିଲ, ମାଲାୟାଲମ୍, ତେଲୁଗୁ, କନ୍ନଡ ସିନେମାରେ କାମ କରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ଆକ୍କିନେନି ନାଗେଶ୍ୱରା ରାଓଙ୍କ ସହ କାମ କରିଥିଲେ।

ପରେ ୧୯୯୨ ମସିହାରେ, ସେ ସୁପରଷ୍ଟାର ଆକ୍କିନେନି ନାଗେଶ୍ୱରା ରାଓଙ୍କ ପୁଅ ନାଗାର୍ଜୁନାଙ୍କ ସହ "ଖୁଦା ଗୱା"ରେ କାମ କରିଥିଲେ।

୫. ରିନା ରୟ- ସୁନୀଲ ଦତ୍ତ ଏବଂ ସଞ୍ଜୟ ଦତ୍ତ:- ଏହି ତାଲିକାରେ ବଲିଉଡର ୮୦ ଦଶକର ସୁପରଷ୍ଟାର ଅଭିନେତ୍ରୀ ରିନା ରୟ ମଧ୍ୟ ସାମିଲ ହୋଇଛନ୍ତି।

ରିନା ଅଭିନେତା ସୁନୀଲ ଦତ୍ତଙ୍କ ସହ ମୁକାବଲା, ବଦଲେ କି ଆଗ, ରାଜ ତିଲକ୍ ଏବଂ ନାଗିନ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥି ସହିତ ରିନା ସୁନୀଲଙ୍କ ପୁଅ ସଞ୍ଜୟ ଦତ୍ତଙ୍କ ସହ ତାଙ୍କର ଡେବ୍ୟୁ ଫିଲ୍ମ ରକିରେ କାମ କରିଥିଲେ।

୬. ମାଧୁରୀ ଦୀକ୍ଷିତ- ବିନୋଦ ଖାନ୍ନା ଏବଂ ଅକ୍ଷୟ ଖାନ୍ନା:- ମାଧୁରୀ ଦୀକ୍ଷିତ ୧୯୮୮ ମସିହାରେ ଚଳଚ୍ଚିତ୍ର "ଦୟାବାନ୍"ରେ ବିନୋଦ ଖାନ୍ନାଙ୍କ ସହ ଏକ ଚୁମ୍ବନ ଦୃଶ୍ୟ ଦେଇ ବଲିଉଡରେ ଚହଳ ସୃଷ୍ଟି କରିଥିଲେ।

ଏହା ପରେ ୧୯୯୭ ମସିହାରେ, ମାଧୁରୀ ଦୀକ୍ଷିତ ବିନୋଦଙ୍କ ପୁଅ ଅକ୍ଷୟ ଖାନ୍ନାଙ୍କ ସହ 'ମୋହବତ୍' ଚଳଚ୍ଚିତ୍ରରେ କାମ କରିଥିଲେ।