ଦେଖନ୍ତୁ ଭିଡ଼ିଓ: ହାତରେ ବନ୍ଧୁକ ଏବଂ ମୁହଁରେ ସିଗାରେଟ ଧରି ଦେଖାଇଲେ କିଲର୍ ଲୁକ୍, ପରେ ପୋଲିସ ଧରି ଏମିତି ଛେଚିଲା ଯେ...

 
Viral video

ବର୍ତ୍ତମାନ ଦେଶସାରା ଭୟ ସଞ୍ଚାର କରିଛି କରୋନା, ଏଥିପାଇଁ ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ, ନାଇଟ କର୍ଫ୍ୟୁ ସମୟର ଶୂନଶାନ୍ ରାତିକୁ ଅପବ୍ୟବହାର କରୁଛନ୍ତି କିଛି ଉଦ୍ଧତ ଯୁବପୀଢ଼ି। ଏଇ ଯେମିତି ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଯୁବକ ବିଚ୍ ରାସ୍ତାରେ ବନ୍ଧୁକ ଧରି ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି।

Don

ସମ୍ପୃକ୍ତ ଭିଡ଼ିଓଟି ଗୁଜୁରାଟର ସୁରଟ ଠାରେ ରେକର୍ଡ଼ କରାଯାଇଥିବା ବେଳେ ଓଡ଼ିଶାର କେବିଏନ୍ ଗ୍ରୁପ ପରି ଏମାନେ ମଧ୍ୟ ରାଜ ରାସ୍ତାରେ ବନ୍ଧୁକ ଧରି ଭିଡ଼ିଓ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ଜଣେ ଯୁବକ ବୁଲେଟ୍ ଗାଡ଼ି ଚଳାଉଥିବା ବେଳେ ଆଉ ଜଣେ ଯୁବକ ରାଜକୀୟ ଠାଣିରେ ତାଙ୍କ କାନ୍ଧ ଉପରେ ବସିଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଗୋଟିଏ ହାତରେ ସିଗାରେଟ୍ ଏବଂ ଅନ୍ୟ ହାତରେ ଚିକ୍ ଚିକ୍ ବନ୍ଧୁକ ଧରି ଏମାନେ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରୁଥିବା ଏକ ଭିଡ଼ିଓ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଚାହୁଁ ଚାହୁଁ ଉକ୍ତ ଭିଡ଼ିଓଟି ଭାଇରାଲ ହୋଇଥିଲା ଏବଂ ସୁରଟ ସହରରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ଏମିତିକି ଶେଷରେ ଏହି ଭିଡ଼ିଓଟି ରାଜ୍ୟର ଗୃହମନ୍ତ୍ରୀଙ୍କ ପାଖରେ ପହଞ୍ଚି ଯାଇଥିଲା। ନାଇଟ କର୍ଫ୍ୟୁ ସମୟରେ ଏହି ଯୁବକମାନେ ଏପରି ବେଧଡକ ବନ୍ଧୁକ ଧରି ବୁଲୁଥିବା ବିଷୟକୁ ସହଜରେ ଗ୍ରହଣ କରିପାରିନଥିଲେ ଗୃହମନ୍ତ୍ରୀ। ଶେଷରେ ତାଙ୍କ ନିର୍ଦେଶକ୍ରମରେ ପୋଲିସ ମାତ୍ର ୧ ଘଣ୍ଟା ଭିତରେ ଏହି ଦୁଇ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।