PMAY ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇଗଲେ ୪ ବିବାହିତ ମହିଳା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Fherar

ନିମ୍ନ ମଧ୍ୟବିତ୍ତ ପରିବାରର ଲୋକଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଏହି ଟଙ୍କା ପାଇବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରୁଥିବା ବେଳେ ଏକ ଅଜବ୍ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ନେଇ ୪ ଜଣ ବିବାହିତା ମହିଳା ନିଜ ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଥିବା ଭଳି ଖବର ସାମ୍ନାକୁ ଆସୁଛି।

PMAY

ଉତରପ୍ରଦେଶର ବେଲହରା, ବାଙ୍କି, ଜେଦପୁର ଏବଂ ସିଦ୍ଧଉର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାଇ ଆବାସ ଯୋଜନା ପାଇଁ ଟଙ୍କା ଆସିବା ପରେ ଏହି ମହିଳାମାନେ ନିଜ ସ୍ୱାମୀଙ୍କ ଆକାଉଣ୍ଟରୁ ଏହାକୁ ଉଠାଇ ନିଜ ନିଜ ପ୍ରେମିକଙ୍କ ସହିତ ଫେରାର ହୋଇ ଯାଇଛନ୍ତି। ଟଙ୍କା ଚୋରି ହୋଇ ସାରିଥିବା ବେଳେ ଏବେ ଘର କାମ କିପରି ଆରମ୍ଭ ହେବ ସେଥିନେଇ ସ୍ୱାମୀମାନଙ୍କ ମୁଣ୍ଡରେ ଚଡକ ପଡ଼ିଛି।

Eloped

ମିଳିଥିବା ସୂଚନା ଅନୁଯାଇ ଏହି ଯୋଜନାର ପ୍ରଥମ କିସ୍ତିରେ ସେମାନଙ୍କୁ ୫୦ ହଜ଼ାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହି ଟଙ୍କାକୁ ନେଇ ସେମାନଙ୍କ ସ୍ତ୍ରୀ ଫେରାର ହୋଇଯାଇଥିବା ବେଳେ ଏବେ ଜିଲ୍ଲା ସହରାଂଚଳ ଉନ୍ନୟନ ଏଜେନ୍ସି ଅଫିସର ସୌରଭ ତ୍ରିପାଠୀ ନୋଟିସ୍ ଜାରି କରି ଘର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସ୍ ପାଇବା ପରେ ମହିଳାଙ୍କ ସ୍ୱାମୀମାନେ ଅଫିସରଙ୍କ ନିକଟରେ ପହଞ୍ଚି ସମସ୍ତ କଥା କହିବା ସହିତ ଆଗକୁ ଦ୍ଵିତୀୟ କିସ୍ତି ଟଙ୍କା ସେହି ଆକାଉଣ୍ଟରେ ଜମା ନ କରିବା ପାଇଁ ସତର୍କ କରାଇ ଦେଇଛନ୍ତି।