୧୨ବର୍ଷରୁ ଭାଣେଜୀକୁ ଦୁଷ୍କର୍ମ କରୁଥିଲା ମାମୁଁ, ପିଆଉଥିଲା ଘୋଡ଼ା ପରିଶ୍ରା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

 
୧୨ବର୍ଷରୁ ଭାଣେଜୀକୁ ଦୁଷ୍କର୍ମ କରୁଥିଲା ମାମୁଁ, ପିଆଉଥିଲା ଘୋଡ଼ା ପରିଶ୍ରା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ନିଜ ଭାଣେଜୀ ସହ ଶାରୀରିକ ସମ୍ପର୍କ ରଖିଛି ମାମୁ!! ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ପ୍ରାୟ ୧୨ ବର୍ଷ ଧରି ଲଗାତାର କରିଥିଲା ଦୁଷ୍କର୍ମ। ଏଭଳିକି ମାମୁ ର ଔରସରୁ ଜନ୍ମ ହୋଇଛନ୍ତି ୩ ଛୁଆ।

ଅଭିଯୋଗ ଅନୁଯାଇ ମହିଳାଙ୍କ ନାମ କ୍ରୀଷ୍ଣା ପଟ୍ଟନାୟକ ଏବଂ ସେ ମାତ୍ର ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଘରକୁ ଆସୁଥିଲେ ମାମୁ ରାଧେଶ୍ୟାମ ପଟ୍ଟନାୟକ। ସେହିଠାରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ ଏବଂ ପରେ ଏହା ଶାରୀରିକ ସମ୍ପର୍କ ରେ ବଦଳି ଯାଇଥିଲା। କିନ୍ତୁ କ୍ରୀଷ୍ଣା ଗର୍ଭବତୀ ହେବା ପରେ ଲୋକ ଲଜ୍ୟା ଭୟରେ ମାମୁ ଘରେ ଛାଡିଦେଲେ ପରିବାର ଲୋକେ।

ମାମୁଁ ଘରେ କିନ୍ତୁ ୧୨ ବର୍ଷ ଧରି ଚାଲିଥିଲା ଶାରୀରିକ ଏବଂ ମାନସିକ ନିର୍ଯାତନା। ଇତି ମଧ୍ୟରେ କ୍ରୀଷ୍ଣା ୩ ସନ୍ତାନର ମା ମଧ୍ୟ ହୋଇଥିଲେ। ତେବେ ନିର୍ଯ୍ୟାତନା ସୀମା ଟପିବାରୁ ସେ ମାମୁ ଘର ଛାଡି ପଳାଇଥିଲେ। ତେବେ ପୋଲିସ ସାମ୍ନା ରେ ସ୍ତ୍ରୀ ବୋଲି କହି ମାମୁଁ ପୁଣି ତାଙ୍କୁ ଫେରାଇ ଆଣିଥିଲେ ମଧ୍ୟ ନିର୍ଯାତନା ଆହୁରି ବଢିଯାଇଥିଲା। ଏଭଳିକି ଗୁଣି ଗାରେଡ଼ି ସନ୍ଦେହ ରେ ତାଙ୍କୁ ଜବରଦସ୍ତି ଘୋଡା ପରିସ୍ରା ପିଆଇବା ଏବଂ ଗୋବର ପାଣିରେ ଗାଧୋଇବା ପାଇଁ ବାଧ୍ୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଦେଖନ୍ତୁ ଭିଡିଓ- 

(ସୌଜନ୍ୟ:- ଓଡ଼ିଶା ରିପୋର୍ଟର)

ଶେଷରେ ବିଶ୍ୱ ମାନବାଧିକାର ସୁରକ୍ଷା ସଙ୍ଗଠନ ସଦସ୍ୟାମାନଙ୍କ ଦ୍ୱାରା ଉଦ୍ଧାର କରାଯିବା ପରେ କ୍ରୀଷ୍ଣା ଅଭିଯୋଗ ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବଂ ତାଙ୍କୁ ଏବଂ ସୁରକ୍ଷିତ ଭାବରେ ମହିଳା ଗୃହରେ ରଖାଯାଇଥିବା ସୂଚନା ମିଳିଛି।