ଜେଲ୍ ଫେରନ୍ତା ଜ୍ୱାଇଁର ବର୍ବର କାଣ୍ଡ, ଶାଶୂକୁ ମାରି ଯୌନାଙ୍ଗରେ ପୁରାଇଦେଲା ବାଉଁଶ, ଜାଣନ୍ତୁ ପୂରା ଘଟଣା

 
Raped

ଶାଶୂ ସହ ବର୍ବର କାଣ୍ଡ କରିଲା ଜ୍ୱାଇଁ। ପ୍ରତିଶୋଧ ପରାୟଣ ହୋଇ ଶାଶୂକୁ ହତ୍ୟା କରିବା ସହ ତାଙ୍କ ପ୍ରାଇଭେଟ ପାର୍ଟରେ ବାଉଁଶ ପୁରାଇଦେଇଥିବା ସୂଚନା ମିଳିଛି। ଏହିଭଳି ଏକ ଘଟଣା ମୁମ୍ବାଇର ବିଲେ ପାର୍ଲେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

Rape

ଖବର ଅନୁଯାଇ ମୁମ୍ବାଇର ବିଲେ ପାର୍ଲେ ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହିତ ଏହି ବ୍ୟକ୍ତିଙ୍କର ବାହାଘର ହୋଇଥିଲା। ତେବେ, ବିବାହ ପରେ ଏକ ଛୀନତାଇ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ଦୀର୍ଘ ଏକ ବର୍ଷ ପରେ ବ୍ୟକ୍ତି ଜଣକ ଘରକୁ ଫେରିଥିଲେ ହେଁ ସେଠାରେ ତାଙ୍କ ସ୍ତ୍ରୀ ଆଉ ଜଣଙ୍କୁ ବାହା ହୋଇ ଘର ସଂସାର କରୁଥିବା ଜାଣିବାକୁ ପାଇଥିଲେ। ସେ ଏକାଧିକ ଥର ତାଙ୍କ ସ୍ତ୍ରୀ ଓ ଶାଶୂଙ୍କୁ ଧମକ ମଧ୍ୟ ଦେଇଥିଲେ। 

Raped

ଘଟଣା ଦିନ ଅଭିଯୁକ୍ତ ନିଜ ସ୍ତ୍ରୀକୁ ଫେରାଇ ନେବାପାଇଁ ଶାଶୂଘରକୁ ଆସିଥିଲା। ସେଠାରେ ସ୍ତ୍ରୀକୁ ନ ପାଇବାରୁ ଶାଶୂଙ୍କୁ ତାର ପତ୍ତା ମାଗିଥିଲା। କିନ୍ତୁ, ମହିଳା ଜଣକ ନିଜ ଝିଅର ଠିକଣା ଦେବାକୁ ମନା କରିଦେବାରୁ। ଅଭିଯୁକ୍ତ ଜ୍ୱାଇଁ ଶାଶୂକୁ ଟାଇଲ ଏବଂ ଛୁରୀ ସାହାଯ୍ୟରେ ହତ୍ୟା କରିଥିଲା। କେବଳ ଏତିକି ନୁହେଁ ବରଂ ସେ ମହିଳାଙ୍କ ଯୌନାଙ୍ଗରେ ଏକ ବାଉଁଶ ପୁରାଇ ଦେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ତେବେ, ପୋଲିସ ଅଭିଯୁକ୍ତ ଜ୍ୱାଇଁ ବିରୁଦ୍ଧରେ ଧାରା ୩୭୭ ଅନୁଯାଇ ଏକ ମାମଲା ରୁଜୁ କରିବା ସହିତ ଗିରଫ କରିଥିବା ଜଣାଯାଇଛି।