ନୃଶଂସ ମାଆର ବର୍ବର କାଣ୍ଡ: ଶୋଇବାରେ ବାଧା ସୃଷ୍ଟି କରୁଥିବାରୁ ନିଜ ଜନ୍ମକଲା ଛୁଆକୁ କଲା ହତ୍ୟା ଉଦ୍ୟମ, ଜାଣନ୍ତୁ ପୂରା ଘଟଣା

 
Mother poisoned her baby

ମାତ୍ର କିଛି ଘଣ୍ଟା ଶାନ୍ତିରେ ଶୋଇବା ପାଇଁ ନିଜ ଜନ୍ମକଲା ଛୁଆକୁ ମାରିଦେବା ପାଇଁ ଚେଷ୍ଟା କରିଲେ ଏହି ମହିଳା। ମଣିଷର ପ୍ରଥମ ରକ୍ଷା କବଚ କୁହାଯାଉଥିବା ମାଆଟିଏ ଏହି ସାମାନ୍ୟ କାରଣ ହେତୁ ଯେ ତା ନିଜ ପିଲାର ଜୀବନ ନେବାକୁ ପଛାଇବ ନାହିଁ ତାହା ଶୁଣିଲେ ବିଶ୍ୱାସଯୋଗ୍ୟ ଲାଗୁନଥିଲେ ହେଁ କଥାଟି ସମ୍ପୂର୍ଣ୍ଣ ସତ ଅଟେ। ଘଟଣାଟି ଅଷ୍ଟ୍ରେଲିଆର ପର୍ଥ ସହରରେ ଘଟିଥିବା ଜଣାଯାଇଛି।

Brooke

ମିଳିଥିବା ସୂଚନା ଅନୁଯାଇ ଅଷ୍ଟ୍ରେଲିଆର ପର୍ଥ ସହରରେ ରହୁଥିବା ବୃକ୍ ଏଭଲିନ୍ ଲୁକାସ୍ ନାମକ ଏହି ମହିଳା ଜଣକ ନିଜ ୧୪ ସପ୍ତାହର ଶିଶୁକୁ କ୍ଷୀରରେ ବ୍ଲିଚିଂ ପାଉଡର ମିଶାଇ ଦେଇଥିଲେ। ପ୍ରକୃତରେ, ଶିଶୁଟି ଜନ୍ମ ସମୟରେ ବେସ୍ ଦୁର୍ବଳ ଥିବାରୁ ତାକୁ ଫିଡିଂ ଟ୍ୟୁବ୍ ସାହାଯ୍ୟରେ ଖାଇବାକୁ ଦିଆଯାଉଥିଲା। ଏହାରି ଭିତରେ ପିଲାଟି ବାରମ୍ବାର କାନ୍ଦୁଥିବାରୁ ବୃକ୍ ଠିକ ଭାବରେ ଶୋଇ ପାରୁନଥିଲେ।

Brooke

ମାତ୍ର ଏତିକି କଥାରେ ଉତକ୍ଷିପ୍ତ ହୋଇ ବୃକ୍ ପିଲାଟିର ଫିଡିଂ ଟ୍ୟୁବରେ ବ୍ଲିଚିଂ ପାଉଡର ମିଶାଇ ଦେଇଥିଲେ। ଫଳରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଥିଲା। ବୃକ୍ ନିଜେ ପିଲାଟିକୁ ଡ଼ାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ତେବେ, ଘଟଣାର କିଛି ମାସ ପରେ ବୃକ୍ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି। ବୃକଙ୍କ ନାମରେ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶିଶୁଟିକୁ ତାର ଜେଜେ ଓ ଜେଜେମାଙ୍କ ପାଖରେ ଛଡ଼ାଯାଇଥିବା ଜଣାଯାଇଛି।