ପ୍ରେମିକ ସହିତ ମିଶି ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କଲେ ମହିଳା! ଫ୍ରିଜ୍ ଭିତରେ ରଖିଥିଲେ ଖଣ୍ଡବିଖଣ୍ଡିତ ଶରୀର, ଆଉ ତାପରେ...

ମାତ୍ର କିଛିଦିନ ତଳେ ରାଜଧାନୀ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ଏବଂ ନିକ୍କି ହତ୍ୟାକାଣ୍ଡ ସାରା ଦେଶରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲେ। ଏହି ଦୁଇଟି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ମୃତକାଙ୍କ ଶରୀରକୁ ଫ୍ରିଜ୍ ଭିତରେ ରଖିଥିବା ଜଣାପଡିଥିଲା। ତେବେ, ଗୌହ୍ଵାଟୀରେ ସମାନ ପ୍ରକାରର ଏକ ମାମଲା ଦେଖିବାକୁ ମିଳିଛି।
ଅବଶ୍ୟ ଏଥର ଜଣେ ମହିଳାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ପୋଲିସ ଗିରଫ କରିଛି। ଏହି ଘଟଣାରେ ଜଣେ ମହିଳା ନିଜ ପ୍ରେମିକ ସହିତ ମିଶି ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଜଣାପଡ଼ିଛି। ତେବେ, ହତ୍ୟା ପରେ ସେମାନେ ଉଭୟଙ୍କ ଶରୀରକୁ ଟିକ୍ ଟିକ୍ କରି କାଟି ଫ୍ରିଜ୍ ମଧ୍ୟରେ ତିନିଦିନ ପର୍ଯ୍ୟନ୍ତ ରଖିଥିଲେ।
ଖବର ମୁତାବକ, ଗୌହ୍ଵାଟୀର ବନ୍ଦନା କଲିତା ନିଜ ସ୍ୱାମୀ ଅମରଜ୍ୟୋତି ଏବଂ ଶାଶୁ ଶଙ୍କରୀଙ୍କୁ ପ୍ରେମିକ ସହିତ ମିଶି ହତ୍ୟା କରିଥିଲେ। ୩ ଦିନ ପର୍ଯ୍ୟନ୍ତ ଶବକୁ ଫ୍ରିଜ୍ ଭିତରେ ରଖିବା ପରେ ସେମାନେ ମେଘାଳୟର ବିଭିନ୍ନ ସ୍ଥାନରେ ଏହାକୁ ଫିଙ୍ଗି ଦେଇଥିଲେ।
ପରେ ସ୍ବାମୀ ଏବଂ ଶ୍ବଶୁର ନିଖୋଜ ଥିବା ନେଇ ବନ୍ଦନା ପୋଲିସ ପାଖରେ ଅଭିଯୋଗ କରିଥିଲେ। ଏହାର କିଛି ସମୟ ପରେ ଅମରଜ୍ୟୋତିଙ୍କ ଦାଦା ପୁଅ ଭାଇ ଥାନାରେ ଅଭିଯୋଗ କରିଥିଲେ। ଯାହାଫଳରେ ପୋଲିସର ସନ୍ଦେହ ହୋଇଥିଲା ଏବଂ ଜେରା ସମୟରେ ବନ୍ଦନା ସବୁ ସତ ମାନିଯାଇଥିଲା। ପୋଲିସ ବନ୍ଦନା ସମେତ ଆଉ ଦୁଇଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।