ପରକୀୟା ପ୍ରୀତି ପାଇଁ ଜନ୍ମକଲା ମା'ର ଜଘନ୍ୟ କାଣ୍ଡ! ଦେଢ ମାସର ଶିଶୁପୁତ୍ରକୁ ହତ୍ୟା କଲା ମା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Maa

ପରକୀୟା ପ୍ରୀତିର କରୁଣ ପରିଣତି, ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି ଡ଼ଷ୍ଟବିନ୍ ରେ ଫିଙ୍ଗିଦେଲା ଜନ୍ମକଲା ମାଆ। ଆଉ କେଉଁଠାରେ ନୁହେଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ମାଆ ବାପାଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।

Murder

ମିଳିଥିବା ସୂଚନା ଅନୁଯାଇ ଗତ ରାତି ପ୍ରାୟ ୨ରୁ ୩ଟା ସମୟ ମଧ୍ୟରେ ଶିଶୁପୁତ୍ର ମଶାରି ଭିତରେ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ସକାଳୁ ପଡ଼ିଶା ଘର ଏକ ପରିତ୍ୟକ୍ତ ଡଷ୍ଟବିନ୍ ଭିତରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଥିଲା। ଶିଶୁଟିର ଜେଜେମାଙ୍କ ଏତଲାକୁ ଆଧାର କରି ପୋଲିସ ଅଭିଯୁକ୍ତ ବାପା ମାଆଙ୍କୁ ଅଟକ ରଖିଛି।

Marsaghai ps

ଶିଶୁଟିକୁ ଉଦ୍ଧାର କରାଯିବା ସମୟରେ ସେ ମୃତ ଅବସ୍ଥାରେ ଏକ ଅଖା ଭିତରେ ଗୁଡ଼ାଇ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଦେଢ଼ ମାସର ଛୁଆଟିଏ ଘରେ ଶୋଇଥିବା ବେଳେ ଏପରି ଘର ବାହାରୁ କିପରି ମୃତଦେହ ମିଳିଲା ସେଥିନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ, ଅଭିଯୁକ୍ତ ବାପା ସତ୍ୟରଞ୍ଜନ ପରିଡ଼ା ଓ ମା ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ପୋଲିସ ଅଟକ ରଖିଛି। ଏଥିସହିତ ପରକୀୟା ପ୍ରୀତି ପାଇଁ ଲକ୍ଷ୍ମୀପ୍ରିୟା ଏପରି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।