ସ୍ୱାମୀ ପାଖରେ ନଥିବାରୁ ମହିଳା ହେଲେ ଗଣଦୁଷ୍କର୍ମର ଶିକାର! ହଠାତ ଘରେ ପଶିଗଲେ 3 ଜଣ ଦୁର୍ବୁତ୍ତ ଏବଂ...

 
Gang rape

ଯାଜପୁର ଜିଲ୍ଲାରେ ପୁଣି ଏକ ଗଣବଳାତ୍କାର ମାମଲା ସାମ୍ନାକୁ ଆସିଛି। କିନ୍ତୁ, ଏଥିରେ କିଛି ନାବାଳକଙ୍କର ସମ୍ପୃକ୍ତି ଥିବାରୁ ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମାତ୍ର ୨୫ ବର୍ଷ ବୟସର ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ଚଳିତ ବର୍ଷ ଦଶମ ପରୀକ୍ଷା ପାସ୍ କରିଥିବା ଜଣାପଡିଛି।

Rape

ମିଳିଥିବା ସୂଚନା ଅନୁଯାଇ ପୀଡିତା ମହିଳା ଜଣଙ୍କୁ କିଛି ବର୍ଷ ହେବ ତାଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଥିଲେ। ତେବେ ସ୍ୱାମୀ ପାରିତ୍ୟକ୍ତା ମହିଳା ଜଣକ ଏକୁଟିଆ ରାହୁଥିବାର ଏହାର ଫାଇଦା ଉଠାଇ ଏହି ୩ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସହ ତାଙ୍କ ମୋବାଇଲ ଚୋରି କରିନେଇଥିଲେ। ଘଟଣାଟି ୫ ତାରିଖ ସନ୍ଧ୍ୟା ବେଳେ ଘଟିଥିବା ବେଳେ ପୀଡିତା ୬ ତାରିଖ ଦିନ ଏଥିନେଇ ଥାନାରେ ଏତଲା ଦୟାର କରାଇଥିଲେ।

Arrested

ପୋଲିସ ଘଟଣାଟିକୁ ଗୁରୁତରର ସହ ନେଇ ପୀଡ଼ିତାଙ୍କ ଏତଲାକୁ ଭିତ୍ତିକରି ଥାନାରେ ଏକ କେସ୍ ୭୯/୨୧ ରୁଜୁ କରିଛି। ଏହାପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗରାମିଆଁ ଗାଁର ମୁଖ୍ୟ ଅଭିଯୁକ୍ତ ରୁପା ପୂର୍ତ୍ତି(୨୫) ଓ ଅନ୍ୟ ୨ ନାବାଳକଙ୍କୁ ଗିରଫ କରିଛି। ତେବେ ପଚରା ଉଚରା ବେଳେ ରୂପାର ବୟାନକୁ ଆଧାର କରି ପୋଲିସ ଚୋରି ହୋଇଥିବା ମୋବାଇଲ ଫୋନକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ପୂର୍ବରୁ ଏହି ଘଟଣାକୁ ନେଇ ମହିଳା ଜଣକ ଗ୍ରାମ ପଞ୍ଚାୟତର ଦ୍ୱାରାସ୍ତ ହୋଇଥିଲେ ମଧ୍ୟ ସେଠାରେ ତାଙ୍କୁ ଆଶାଅନୁରୂପ ନ୍ୟାୟ ମିଳିନଥିବା ଫଳରେ ବାଧ୍ୟ ହୋଇ ସେ ଆଇନର ଆଶ୍ରୟ ନେଇଥିବା କହିଛନ୍ତି।