ଭଣ୍ଡ ତନ୍ତ୍ରିକର କଳା କାରନାମା, କଳାଯାଦୁ ପାଇଁ ମହିଳାଙ୍କୁ ସାରା ରାତି ଉଲଗ୍ନ କରି ବସାଇଲା, ଆଉ ତାପରେ...

 
Tantra puja

ତନ୍ତ୍ରବିଦ୍ୟା ଏବଂ କଳା ଯାଦୁ ସାହାଯ୍ୟରେ ଘରୁ ଗୁପ୍ତଧନ ବାହାର କରିବାକୁ କହି ମହିଳାଙ୍କୁ ରାତି ତମାମ ଉଲଗ୍ନ କରି ବସାଇଲେ ଭଣ୍ଡ ତାନ୍ତ୍ରିକ। ଆଜିର ଶିକ୍ଷିତ ସମାଜରେ ଏହିଭଳି ଏକ ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏଭଳି ଘଟଣା କର୍ଣ୍ଣାଟକର ରାମନଗରରେ ଘଟିଥିବା ଜାଣିବାକୁ ମିଳିଛି। କେବଳ ଏତିକି ନୁହେଁ ବରଂ ଭଣ୍ଡ ତାନ୍ତ୍ରିକ ଜଣକ ଏକ ନାବାଳିକାକୁ ବଳି ଦେବାକୁ ମଧ୍ୟ ଯୋଜନା କରିଥିଲା। ତେବେ, ଭାଗ୍ୟବଶତଃ ଉଭୟଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି।

Tantrik

ଏଥିସହିତ ମୁଖ୍ୟ ଅଭିଯୁକ୍ତ ପୁରୋହିତ ଶାହିକୁମାର, ତାଙ୍କ ସହାୟକ ମୋହନ, ମସନ୍ ଲକ୍ଷ୍ମିନାରାସାପ୍ପା, ଲୋକେଶ, ନାଗରାଜ ଏବଂ ପାର୍ଥସାରଥୀକୁ ପୋଲିସ ଘଟଣାସ୍ଥଳରୁ ହିଁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାଇ ଶାହିକୁମାର ଜଣେ ତାନ୍ତ୍ରିକ ହୋଇଥିବା ବେଳେ ସେ କର୍ଣ୍ଣାଟକର ଭୁନାହଲ୍ଲୀର ଜଣେ କୃଷି ବିଜ୍ଞାନୀ ଶ୍ରୀନିବାସଙ୍କ ସହ ଭେଟ ହୋଇଥିଲେ। ପରେ ଶାହିକୁମାର ଶ୍ରୀନିବାସଙ୍କ ଘରକୁ ଯାଇ ସେଠାରୁ ଗୁପ୍ତଧନ ଲୁଚି ରହିଛି ବୋଲି କହିଥିଲେ ଏବଂ ଏହାକୁ ବାହାର କରିବା ପାଇଁ ଅଗ୍ରୀମ ୨୦,୦୦୦ ଟଙ୍କା ନେଇଥିଲେ।

Tantra puja

କୋଭିଡ଼ କଟକଣା ପାଇଁ ସେମାନଙ୍କର ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତ ୨ ମାସ ତଳେ ଶାହିକୁମାର ଶ୍ରୀନିବାସଙ୍କ ଘରେ ତନ୍ତ୍ର ପୂଜାର ଆୟୋଜନ କରିଥିଲେ। ଏହି ପୂଜାରେ ଜଣେ ମହିଳା ଉଲଗ୍ନ ହୋଇ ବସିରହିବା ଜରୁରୀ ବୋଲି ଶାହିକୁମାର କହିଥିଲେ। ସେଥିପାଇଁ ଜଣେ ମହିଳାଙ୍କୁ ୫ ହଜ଼ାର ଟଙ୍କା ମଧ୍ୟ ଦିଆଯାଇଥିଲା।

Tantrik

ଏକ ରିପୋର୍ଟ ଅନୁଯାଇ ମହିଳାଙ୍କ ସହ ଚାରି ବର୍ଷର ଝିଅକୁ ଲୁକ୍କାୟିତ ଧନ ଖୋଲିବା ପାଇଁ ରୀତିନୀତି ସମୟରେ ତାଙ୍କୁ ମାନବ ବଳି ରୂପେ ଉତ୍ସର୍ଗ କରିବା ପାଇଁ ଘଟଣାସ୍ଥଳକୁ ଅଣାଯାଇଥିଲା। ପୋଲିସ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ୫ ତାନ୍ତ୍ରିକଙ୍କୁ ଗିରଫ କରିବା ସହ ମହିଳା ଏବଂ ନାବାଳିକାକୁ ଉଦ୍ଧାର କରିଥିଲା।