ଶାଶୂଘର ଲୋକେ ଜବରଦସ୍ତି କରାଇଲେ ମହିଳାଙ୍କ ସତୀତ୍ଵ ପରୀକ୍ଷା, ଫେଲ୍ ହେବାରୁ  ଯାହା କଲେ ଜାଣି ହେବେ ତାଜୁବ୍

 
ଶାଶୂଘର ଲୋକେ ଜବରଦସ୍ତି କରାଇଲେ ମହିଳାଙ୍କ ସତୀତ୍ଵ ପରୀକ୍ଷା, ଫେଲ୍ ହେବାରୁ ଯାହା କଲେ ଜାଣି ହେବେ ତାଜୁବ୍

ମହାରାଷ୍ଟ୍ରର କୋଲହାପୁର୍ ରୁ ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଏବଂ ସମ୍ବେଦନଶୀଳ ଘଟଣାରେ ଗତ ବର୍ଷ ନଭେମ୍ବରରେ ବିବାହ କରିଥିବା ଦୁଇ ଭଉଣୀ ବର୍ତ୍ତମାନ ଛାଡପତ୍ର ଆଦେଶର ସମ୍ମୁଖୀନ ହୋଇଛନ୍ତି।

ଏହି ଘଟଣା କ୍ରମରେ ସେମାନଙ୍କୁ ନିଜର କୁମାରୀତ୍ବ ପରୀକ୍ଷା କରାଇବା ପାଇଁ ବାଧ୍ୟ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣେ ‘କୁମାରୀତ୍ୱ ପରୀକ୍ଷା’ ରେ ବିଫଳ ହେବା ପରେ ଗାଁ ଜାଟ ପଞ୍ଚାୟତ ସେମାନଙ୍କୁ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ନିର୍ଦେଶ ଦେଇଛି। ବର୍ତ୍ତମାନ ଏହି ଘଟଣା ଖୁବ୍ ଚର୍ଚ୍ଚା ଭିତରେ ରହିଛି।

ଏହି ଭଉଣୀ ଯୋଡି ନଭେମ୍ବର ୨୭, ୨୦୨୦ ରେ କୋଲହାପୁରରେ ରହୁଥିବା ଗୋଟିଏ ପରିବାରର ଦୁଇ ଭାଇଙ୍କ ସହ ବିବାହ କରିଥିଲେ। ତେବେ ଉଭୟ ଭଉଣୀମାନେ ବିବାହ ପରେ ସେମାନଙ୍କର ସତୀତ୍ଵ ଅକ୍ଷୁର୍ଣ୍ଣ ଅଛି କି ନାହିଁ ଯାଞ୍ଚ କରିବାର ଉକ୍ତ ସମ୍ପ୍ରଦାୟର ଥିବା ବିବାଦୀୟ ପରମ୍ପରାର ଶିକାର ହୋଇଥିଲେ।

ସେମାନଙ୍କୁ ଅଲଗା କୋଠରୀରେ ସାଧା ଧଳା କପଡା ଉପରେ ନିଜ ନିଜ ସ୍ୱାମୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ କୁହା ଯାଇଥିଲା। ତେବେ ଜଣେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଆଉ ଜଣେ ଏହି ପରୀକ୍ଷାରେ ବିଫଳ ହୋଇଥିଲେ।

ଏହାପରେ ଶାଶୁଘର ପରିବାର ତରଫରୁ ବିଭିନ୍ନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଏହି ଦୁଇ ମହିଳା। ଏହା ପରେ କଥା ଗାଁ ଜାଟ ପଞ୍ଚାୟତ ପାଖରେ ପହଞ୍ଚି ଥିଲେ ମଧ୍ୟ ସେମାନେ ନିର୍ଯାତିତଙ୍କ ଠାରୁ ୪୦,୦୦୦ ଟଙ୍କା ନେବା ସହ ଉଭୟଙ୍କୁ ଛାଡ଼ପତ୍ର ନେବାକୁ ନିର୍ଦେଶ ଦେଇଥିବା ଜଣା ପଡ଼ିଛି। ତେବେ ପରେ ପୋଲିସ ପାଖକୁ ମାମଲା ଯାଇଥିବା ବେଳେ ପୋଲିସ ଏଥିରେ ଏକ ମାମଲା ରୁଜୁ କରିବା ସହ ଉଭୟ ମହିଳାଙ୍କ ସ୍ୱାମୀ, ଶାଶୂ ଏବଂ ପଞ୍ଚାୟତ ର କିଛି ଲୋକଙ୍କୁ ଗିରଫ କରିଛି।