ସପିଂ ମଲରେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଲେ ଏହି ଯୁବତୀ! ଜବରଦସ୍ତି ନିବସ୍ତ୍ର କଲେ ମଲ୍ କର୍ମଚାରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Mall girl

ଜୟପୁରର ସବୁଠାରୁ  ବଡ ସପିଂ ମଲରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ମଲ କର୍ମଚାରୀ ଚେଞ୍ଜିଙ୍ଗ ରୁମରେ ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରି ଘଟଣା ଘଟିବା ପରେ ମହିଳା ଜଣକ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରେ ତାଙ୍କ କଥା କେହି ଶୁଣିନଥିଲେ। ଶେଷରେ ମହିଳା ଜଣକ ତାଙ୍କ ପରିବାର ସହିତ ଅତିରିକ୍ତ କମିଶନରଙ୍କ ନିକଟକୁ ଯାଇଥିଲେ। ଏହାପରେ ହିଁ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇପାରିଥିଲା।

Molested

ଡିସେମ୍ବର ୨୦ ତାରିଖ ଦିନ ଏଠାରେ ଜେଏଲଏନ୍ ମାର୍ଗରେ ଥିବା ୱାର୍ଲ୍ଡ ଟ୍ରେଡ୍ ପାର୍କରେ ସପିଂ କରିବାକୁ ଯାଇଥିଲେ। ମହିଳା ଜଣକ ମାର୍କ ଏବଂ ସ୍ପେନ୍ସର ଶୋ’ରୁମରେ କିଛି ପୋଷାକ ଚୟନ କରିଥିଲେ। ମହିଳା ଜଣକ ପୋଷାକକୁ ପିନ୍ଧିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ଫିଟ ହୋଇନଥିଲା, ତେଣୁ ସେ ଟ୍ରାଏଲ୍ ରୁମ୍ ବାହାରେ ଠିଆ ହୋଇଥିବା ସେଲ୍ସ ଗାର୍ଲକୁ ତାଙ୍କ ଆକାରର ପୋଷାକ ଆଣିବା ପାଇଁ କହିଥିଲେ। ଶେଷରେ ଗୋଟିଏ ଡ୍ରେସ ପସନ୍ଦ ଆସିବା ପରେ ସେ ଏହାକୁ ନେଇ ବିଲିଂ କାଉଣ୍ଟରକୁ ଆସିଥିଲେ।

World trade mall

ବିଲ୍ କରୁଥିବା ସମୟରେ ସେଲ୍ସ ଗାର୍ଲ ସେଠାକୁ ଆସି ଗୋଟିଏ ଡ୍ରେସ କମ ଥିବା କଥା କହିଥିଲେ। ଏଥିସହିତ ମହିଳା ଜଣକ ଉକ୍ତ ଡ୍ରେସକୁ ଚୋରାଇ ନେଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଝଗଡ଼ା ଅଧିକ ବଢିବାରୁ ମଲ ମ୍ୟାନେଜର ସେଠାକୁ ଆସିଥିଲେ ହେଁ ମହିଳାଙ୍କ ଡ୍ରେସ ଖୋଲି ଚେକ୍ କରିବା ପାଇଁ ଆଦେଶ ଦେଇଥିଲେ। ଫଳରେ ମହିଳାଙ୍କୁ ଏକ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ମିଳିଥିବା ଖବର ଅନୁଯାଇ ଅତିରିକ୍ତ କମିଶନର ଅଜୟପାଲ ଲାମ୍ବାଙ୍କ ହସ୍ତକ୍ଷେପ ପରେ ମଲ ମ୍ୟାନେଜରଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି।