ଦେଖନ୍ତୁ ଭିଡ଼ିଓ: ଫେସବୁକ୍ ଫ୍ରେଣ୍ଡ ପ୍ରେମରେ ପଡିଲେ ବିବାହିତା ମହିଳା, ୫ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର, ଜାଣନ୍ତୁ ପୁରା ଘଟଣା...

 
ଦେଖନ୍ତୁ ଭିଡ଼ିଓ: ଫେସବୁକ୍ ଫ୍ରେଣ୍ଡ ପ୍ରେମରେ ପଡିଲେ ବିବାହିତା ମହିଳା, ୫ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର, ଜାଣନ୍ତୁ ପୁରା ଘଟଣା...

ପରିବାର ବିରୁଦ୍ଧରେ ଯାଇ କରିଥିଲେ ପ୍ରେମ ବିବାହ, ହସ ଖୁସିରେ ଚାଲିଥିଲା ସଂସାର ଏଭଳିକି ଏକ ୫ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଥିଲା। କିନ୍ତୁ ନିଜ ଛୁଆକୁ ପର କରି ଫେରାର୍ ହୋଇଗଲେ ଏହି ଯୁବତୀ।

ଏହିଭଳି ଘଟଣା ଘଟିଛି ବଲାଙ୍ଗୀର ସହର ରାମେଶ୍ୱର ନଗର ରେ ଯେଉଁଠାରେ ପ୍ରେମ ପାଗେଳି ମାଆ ଛାଡି ଚାଲିଯାଇଛି ସୁଖଃ ର ସଂସାର। ଏହି ଘଟଣା ଅନୁଯାଇ ଯୁବତୀ ଜଣକ ନାମ ରାଜସ୍ମିତା ନାୟକ ବୋଲି ଜଣାପଡ଼ିଛି ଏବଂ ସେ ବିଶ୍ୱଜିତ ନାୟକ ନାମକ ବ୍ୟକ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ଏମାନେ କେନ୍ଦ୍ରାପଡା ର ମୂଳ ବସିନ୍ଧା ହୋଇଥିବା ବେଳେ ଘରୁ ଲୁଚି ପ୍ରେମ ବିବାହ କରିଥିଲେ।

ତେବେ ବିଶ୍ୱଜିତଙ୍କ କହିବା ମୁତାବକ ଗତ କିଛି ଦିନ ହେବ ରାଜସ୍ମିତା ଫେସବୁକ୍ ରେ ଜଣେ ଯୁବକଙ୍କ ସହିତ ଚାଟିଙ୍ଗ କରିବା ଏବଂ ଫୋନ ରେ ଗପିବାରେ ବ୍ୟସ୍ତ ରହୁଥିଲେ।

ତେବେ ହାଇ ଫାଇ ଲାଇଫ-ଷ୍ଟାଇଲ ରେ ରହିବାକୁ ପସନ୍ଦ କରୁଥିବା ରାଜସ୍ମିତାଙ୍କୁ ସେହି ଯୁବକ ପ୍ରଲୋଭନ ଦେଖାଇ ଫେରାର କରାଇ ନେଇଥିବା ଅଭିଯୋଗ କରିଛନ୍ତି ବିଶ୍ୱଜିତ। ତାଙ୍କ କହିବା ମୁତାବକ ଗତ ମାର୍ଚ୍ଚ ୨୦ ତାରିଖରେ ରାଜସ୍ମିତା ମାର୍କେଟ ଯାଉଛି କହି ଘରୁ ବାହାରି ଥିବା ବେଳେ ଆଉ ଘରକୁ ଫେରି ନଥିଲେ। ତେବେ ଏଥିନେଇ ବିଶ୍ୱଜିତ ଥାନାରେ ଏତଲା ଦେଇଥିଲେ ମଧ୍ୟ ଠିକ ଭାବରେ ପୋଲିସ ତଦନ୍ତ କରୁନଥିବା ନେଇ ଅଭିଯୋଗ କରିଛନ୍ତି।