Woman burnt alive by husband for making tiktok
Woman burnt alive by husband for making tiktok
Woman burnt alive by husband for making tiktok
Woman burnt alive by husband for making tiktok

ଟିକ୍-ଟକ୍ କରୁଥିଲେ ବୋଲି କିରୋସିନ ଢାଳି ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ, ପୂରା ଘଟଣା ଜାଣି ହେବେ ତାଜୁବ୍ ଦେଖନ୍ତୁ ଭିଡିଓ

 
Swami stree

ବିବାହ କରି ଘରକୁ ଆଣିଥିଲେ ସୁନ୍ଦରୀ ସ୍ତ୍ରୀ, ଦେଖିବାକୁ ଯେମିତି ଗୁଣରେ ବି ସେହିପରି ଥିଲେ ମୋନାଲିସା। କିନ୍ତୁ ବାହାଘର ପରେ ନିଜ ସ୍ତ୍ରୀ ଟିକ୍-ଟକ୍ ଆପ୍ ରେ ଭିଡ଼ିଓ କରି ଫେମସ୍ ହେବାରୁ ତାକୁ କିରୋସିନ ଢାଳି ଜୀଅନ୍ତା ଜାଳିଦେବାକୁ ପ୍ରୟାସ କରିଲା ସ୍ୱାମୀ।

ଏହିପରି ଅଭବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଛେଳିଆ ଗ୍ରାମରେ, ପୁରା ଘଟଣା ମୁତାବକ ଦୁଇ ବର୍ଷ ପୂର୍ବରୁ ମୋନାଲିସାଙ୍କର ବିବାହ ସୁକୁମାର ଦାସଙ୍କ ସହ ହୋଇଥିଲା ।ତେବେ ବିବାହ ଆଗରୁ ମୋନାଲିସା ଟିକ୍-ଟକ୍ ବ୍ୟବହାର କରୁଥିଲେ ଏବଂ ବିବାହ ପରେ ମଧ୍ୟ ସେ ଟିକ୍-ଟକ୍ କରିବା ଜାରି ରଖିଥିଲେ। ତେବେ ଏହାକୁ ନେଇ ବାରମ୍ବାର ଶାଶୂ ଘର ଲୋକେ ବାରଣ କରୁଥିଲେ ମଧ୍ୟ ମୋନାଲିସା ଏହାକୁ ଧ୍ୟାନ ଦେଉନଥିଲେ।

ଶେଷରେ ଦିନେ ଘରେ କେହି ନଥିବା ବେଳେ ମୋନାଲିସା ଟିକ୍-ଟକ୍ କରୁଥିବା ଅବସ୍ଥାରେ ତାଙ୍କ ମଧ୍ୟପ ସ୍ୱାମୀ ତାଙ୍କୁ ଧରିଥିଲେ। ଏହାପରେ ସେ ଉତକ୍ଷିପ୍ତ ହୋଇ ମୋନାଲିସାଙ୍କୁ କିରୋସିନ ଢାଳି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଏତଲା କୁ ଆଧାର କରି ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିବା ସହ ଶାଶୂ ଘର ଲୋକଙ୍କୁ ଗିରଫ କରିଛି।

From around the web