ଶାଶୂଘରୁ ବିନା ଅନୁମତିରେ ବାପଘର ଆସିବାରୁ ଗଛରେ ଓହଳାଇ ଯୁବତୀଙ୍କୁ ପଶୁ ଭଳି ପିଟିଲେ, ଆଉ ତାପରେ..ଦେଖନ୍ତୁ ଭିଡ଼ିଓ

 
Mahila nku mada

ସାଧାରଣତଃ ବିବାହିତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ଖବର ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ, ବର୍ତ୍ତମାନ ମଧ୍ୟପ୍ରଦେଶର ଝାବୁଆର ଫୁଟତାଲାବ ଗ୍ରାମରେ ଏକ ଅଜବ୍ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଶାଶୂଘରୁ ପଳାଇ ଆସିଥିବାରୁ ବାପ ଘର ଲୋକେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ପିଟୁଥିବା ଦୃଶ୍ୟ ଭାଇରଲ ହେଉଛି।

ଏହି ଘଟଣା ମୁତାବକ ମହିଳାଙ୍କ ସ୍ୱାମୀ ସ୍ତ୍ରୀ ପିଲାଛୁଆଙ୍କୁ ଛାଡି ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ। ସ୍ୱାମୀ ଏପରି ଭାବରେ ଚାଲିଯିବାରୁ ମହିଳା ଜଣକ ଶାଶୂଘରେ କାହାକୁ କିଛି ନ ଜଣାଇ ନିଜ ବାପ ଘରକୁ ଚାଲି ଆସିଥିଲେ। ବାସ୍ ଏଇ ସାମାନ୍ୟ ଭୁଲ ପାଇଁ ବାପା, ଭାଇ ଓ ଅନ୍ୟମାନେ ମିଶି ମହିଳାଙ୍କୁ ପ୍ରବଳ ପିଟିଥିଲେ।

କେବଳ ଏତିକିରେ ସେମାନଙ୍କ ମନ ବୁଝିନଥିଲା ଯେ ସେମାନେ ନିଜ ଝିଅଟିକୁ ଏକ ଗଛରେ ଓଲଟା ବାନ୍ଧି ମନଇଚ୍ଛା ବଡେଇଥିଲେ। ସାମାନ୍ୟ ଭୁଲ ପାଇଁ ଅତି ନିର୍ମମ ଭାବେ ବଡେଇଲା ବେଳେ ଜନ୍ମ କଲା ବାପା କିମ୍ବା ଭାଇମାନଙ୍କର ହାତ ଅଟକିନଥିଲା। ଏହି ଘଟଣାର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ପରିବାର ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଦେଖନ୍ତୁ ଭିଡ଼ିଓ:-