ସ୍ୱାମୀର ଦ୍ୱିତୀୟ ବିବାହ ରୋକିବାକୁ ଆସିଥିବା ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ଶ୍ୱଶୂର ଓ ଦେଢ଼ଶୁର, ଦେଖନ୍ତୁ ଭିଡ଼ିଓ

 
Mahila nku mada

ପ୍ରଥମେ ସ୍ୱାମୀର ପ୍ରତାରଣା ଆଉ ତା ପରେ ଠିକଣା ଖୋଜି ଖୋଜି ଶାଶୂଘରେ ପହଞ୍ଚିବାରୁ ମହିଳାଙ୍କୁ ମିଳିଲା ନିସ୍ତୁକ ମାଡ଼। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଖୋଦ୍ ରାଜଧାନୀର ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ। ଘଟଣା ମୁତାବକ ପିଡ଼ିତା ମହିଳାଙ୍କ ନାମ ବିଷ୍ମୁପ୍ରିୟା ଗଉଡ ଅଟେ। ବିଷ୍ମୁପ୍ରିୟାଙ୍କର ଗତ ୫ ବର୍ଷ ହେବ ହାଇଦର ଅଲ୍ଲୀ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା ଏବଂ ସେ ତାଙ୍କ ସହ ଲିଭ-ଇନ୍ ରେ ମଧ୍ୟ ରହୁଥିଲେ।

ଏପରିକି ବହୁତ ଦିନ ହେବ ଲିଭ-ଇନ୍ ରେ ରହିବା ପରେ ସେମାନେ ବିବାହ ମଧ୍ୟ କରିଥିଲେ। କିନ୍ତୁ ସେମାନେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଏହି ବିବାହକୁ ହାଇଦରଙ୍କ ପରିବାର ଗ୍ରହଣ କରିନଥିଲେ। ଶେଷରେ ପରିବାର ଲୋକଙ୍କ ପ୍ରରୋଚନାରେ ହାଇଦର ନିଜ ସ୍ତ୍ରୀକୁ ଏକା ଛାଡି ଫେରାର ହୋଇଯାଇଥିଲେ। ଏପରିକି ଯୌତୁକ ଲୋଭରେ ଦ୍ଵିତୀୟ ବିବାହ କରିବାକୁ ମଧ୍ୟ ରାଜି ହୋଇଯାଇଥିଲା ହାଇଦର। ଦେଖନ୍ତୁ ଭିଡ଼ିଓ-

(ଭିଡ଼ିଓ ସୌଜନ୍ୟ : ଓଡ଼ିଶା ଭାସ୍କର)

ଏପରି ପରିସ୍ଥିତିରେ ଏଣୁ ତେଣୁ ଠିକଣା ପଚାରି ପଚାରି ଶାଶୂଘରେ ବିଷ୍ମୁପ୍ରିୟା ପହଞ୍ଚିବାରୁ ତାଙ୍କୁ ଶ୍ୱଶୁର ଏବଂ ଦେଢ଼ଶୁର ମିଶି ନିସ୍ତୁକ ମାଡ଼ ମାରିବା ସହ ଡ୍ରେନରେ ଫିଙ୍ଗି ଦେଇଥିଲେ। ବିଷ୍ମୁପ୍ରିୟାଙ୍କ କହିବା ଅନୁଯାଇ ହାଇଦର ଓ ସେ ୨୦୧୬ରେ ଗୋଟିଏ ଘରୋଇ ସଂସ୍ଥାରେ ଚାକିରି କରୁଥିବା ବେଳେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଜାନୁଆରୀ ୨୧ ୨୦୨୧ ରେ ଉଭୟେ ବିବାହ ମଧ୍ୟ କରିଥିଲେ।

କିନ୍ତୁ ଗତ ୨ ମାସ ହେବ ହାଇଦର ତାଙ୍କୁ ଛାଡ଼ି ନିଜ ଘରକୁ ଚାଲିଆସି ଏଠାରେ ଦ୍ଵିତୀୟ ବିବାହ ପାଇଁ ଯୋଜନା କରୁଥିଲେ। ଏହି ଖବର ପାଇଁ ବିଷ୍ମୁପ୍ରିୟା ସେଠାରେ ପହଞ୍ଚିବାରୁ ଶାଶୂଘର ଲୋକେ ତାଙ୍କୁ ମରପିଟ୍ କରିଥିଲେ। ଏଥିନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ, ପୁଲିସ ସ୍ୱାମୀ ହାଇଦର ଅଲ୍ଲୀଙ୍କୁ ତାଙ୍କ ଘରୁ ଉଠାଇ ଆଣି ପଚରା ଉଚରା କରୁଛି। ତେବେ ଗିରଫ ଭୟରେ ଶ୍ୱଶୁର ମହମ୍ମଦ ସମସୁଦ୍ଦିନ ଓ ଦେଢ଼ଶୁର ମହମ୍ମଦ ଫରୁକ ଫେରାର୍‌ ହୋଇଯାଇଥିବା ଜଣା ପଡ଼ିଛି।