ଏ କି ମୋବାଇଲ ନିଶା ! ଏହି ଛୋଟ କାରଣରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ, ସମ୍ପୂର୍ଣ ଘଟଣା ଜାଣିଲେ ଅଶ୍ଚରାଜ୍ୟ ହେବେ ଆପଣ

ଆଜିକାଲି ମୋବାଇଲ ଫୋନ ବ୍ୟବହାର କରିବା ଏକପ୍ରକାର ନିଶା ପାଲଟିଗଲାଣି। ମୋବାଇଲ ବ୍ୟବହାର କରିବାକୁ ନ ମିଳିଲେ କେହି କେବେ କାହାର ଜୀବନ ନେବାକୁ ଚେଷ୍ଟା କରିବ, ଏ କଥା ହୁଏତ ବିଶ୍ୱାସଯୋଗ୍ୟ ନୁହେଁ। କିନ୍ତୁ, ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏଭଳି ହିଁ ଏକ ଘଟଣା ଘଟିଛି।
ଏଠାରେ ବ୍ୟବହାର କରିବାକୁ ମୋବାଇଲ ନ ଦେବାରୁ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଈଶ୍ୱରୀ କୁମାରୀ ନାମକ ଏହି ମହିଳା ଜଣକ ପନିକୀ ସାହାଯ୍ୟରେ ତାଙ୍କ ସ୍ୱାମୀ ଗଣେଶ୍ୱରଙ୍କ ମୁଣ୍ଡକୁ ହାଣିଥିବା ଜଣାପଡ଼ିଛି। ଏଭଳି କାଣ୍ଡ ଭିଆଇବା ପରେ ଈଶ୍ୱରୀ ୬ ବର୍ଷର ଝିଅକୁ ନେଇ ସେଠାରୁ ଫେରାର ହୋଇଯାଇଛି।
#ମୋବାଇଲ୍_ନିଶା_ସ୍ବାମୀକୁ_ହାଣିଲା_ସ୍ତ୍ରୀ
— ଓଟିଭି (@otvkhabar) March 13, 2023
ବଲାଙ୍ଗିର: ମୋବାଇଲ୍ ପାଇଁ ସ୍ବାମୀକୁ ହାଣିଦେଲା ସ୍ତ୍ରୀ । ପୁଇଁତଳା ଥାନା କେଶରକଳା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ମୋବାଇଲ୍ ମାଗିଲା, ସ୍ବାମୀ ନ ଦେବାରୁ ହାଣିଲା #Bolangir #OTV pic.twitter.com/OjnH4akac7
ମିଳିଥିବା ସୂଚନା ଅନୁଯାଇ ଗଣେଶ୍ୱର ଗତ ୬ ବର୍ଷ ତଳେ ବିଳାସପୁର ବସିନ୍ଧା ଈଶ୍ୱରୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବେଳେ ବେଳେ ଝଗଡ଼ା ଲାଗି ରହୁଥିବା ବେଳେ ୧୨ ତାରିଖ ଦିନ ଈଶ୍ୱରୀ ଗଣେଶ୍ୱରଙ୍କୁ ମୋବାଇଲ ଫୋନ୍ ମାଗିଥିଲେ। କିନ୍ତୁ, ଏହା ନ ଦେବାରୁ ଈଶ୍ୱରୀ ରାଗିଯାଇ ଶୋଇଥିବା ଅବସ୍ଥାରେ ଗଣେଶ୍ୱରଙ୍କ ମୁଣ୍ଡକୁ ପନିକୀରେ ହାଣିବାକୁ ଚେଷ୍ଟା କରିଥିଲେ। ଘଟଣାରେ ଗଣେଶ୍ୱରଙ୍କ ହାତରେ ମଧ୍ୟରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କର ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଚିକିତ୍ସା ଚାଲୁରହିଛି।