ବିଶ୍ୱାସଘାତିନୀ ସ୍ତ୍ରୀର କଳା କାରନାମା! ସେଲ୍ଫି ବାହାନାରେ ଛାତକୁ ଡାକି ସ୍ୱାମୀକୁ ୩ ମହଲା ତଳକୁ ଠେଲିଦେଲା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 
Pati patni

ଆମ ସଂସ୍କୃତିରେ ସ୍ତ୍ରୀ ପାଇଁ ସ୍ୱାମୀ ଦେବତା ସମାନ ହୋଇଥିବା ବେଳେ ଭୋପାଳରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଯାହା ଏହି ସମ୍ପର୍କକୁ କଳଙ୍କିତ କରିଦେଇଛି। ଏଠାରେ ବିବାହର କିଛି ଦିନ ପରେ ସେଲ୍ଫି ନେବା ବାହାନାରେ ସ୍ୱାମୀକୁ ୩ ମହଲରୁ ଠେଲି ହତ୍ୟା କରିବାକୁ ଚେଷ୍ଟା କରିଛି ବିଶ୍ୱାସଘାତିନୀ ସ୍ତ୍ରୀ। 

ମିଳିଥିବା ସୂଚନା ଅନୁଯାଇ ଭୋପାଳର ପ୍ରଫେସର କଲୋନୀରେ ରୁହନ୍ତି ୨୭ ବର୍ଷୀୟ ଧର୍ମେନ୍ଦ୍ର। ଅଳ୍ପ କେଇ ଦିନ ହେବ ତାଙ୍କର ବିବାହ ହୋଇଥିଲା ତେଣୁ ଏଠାରେ ପତିପତ୍ନୀ ସାଥି ହୋଇ ରହୁଥିଲେ। କିନ୍ତୁ, ଗତ ଜୁନ୍ ୨୦ ତାରିଖ ରାତିରେ ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ଛାତ ଉପରକୁ ଯାଇ ସେଲଫି ନେବା ପାଇଁ ଜିଦ୍ ଧରିଥିଲେ। ତେଣୁ ଦୁହେଁ ଛାତର ବାଡ଼ା ଉପରେ ବସି ସେଲଫି ନେଉଥିବା ବେଳେ ହଠାତ ଧର୍ମେନ୍ଦ୍ରଙ୍କ ପତ୍ନୀ ତାଙ୍କୁ ଧକ୍କା ଦେଇଥିଲେ। ପ୍ରଥମ ଥର ଧର୍ମେନ୍ଦ୍ର ନିଜକୁ ସମ୍ଭାଳି ନେଇଥିଲେ କିନ୍ତୁ, ସ୍ତ୍ରୀ ପୁଣି ଆଉ ଥରେ ଧକ୍କା ଦେବାରୁ ସେ ପ୍ରାୟ ୩୦ ଫୁଟ ତଳକୁ ପଡ଼ି ଯାଇଥିଲେ।

ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବାର ୧୨ ଦିନ ପରେ ତାଙ୍କର ହୋସ୍ ଆସିଥିଲା। ହୋସ୍ ଆସିବା ପରେ ସେ ନିଜ ବିଶ୍ୱାସଘାତିନୀ ସ୍ତ୍ରୀର କଳା କାରନାମା ବଖାଣିଥିଲେ। ଷଡ଼ଯନ୍ତ୍ରର ଖୁଲାସା ହେବାପରେ ଧର୍ମେନ୍ଦ୍ରଙ୍କ ବୟାନ କୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।