ସ୍ତ୍ରୀ ଅଦଳବଦଳ କରି କରୁଥିଲେ ସେକ୍ସ, ଧରାପଡ଼ିଲା ବଡ ରାକେଟର ପର୍ଦ୍ଦାଫାଶ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Wife swapping

ଭାରତରେ ଚାଲିଛି ଭିନ୍ନ ଏକ ପ୍ରକାରର ସେକ୍ସ ରାକେଟ୍। ନିଜ ସ୍ତ୍ରୀ ପାଖରେ ଖୁସି ନଥିବା କିଛି ଯୁବକ ନିଜ ନିଜର ପତ୍ନୀଙ୍କୁ କରୁଛନ୍ତି ଅଦଳ ବଦଳ। ପାଶ୍ଚାତ୍ୟ ଦେଶ ଗୁଡିକରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ଏବେ ଭାରତରେ ଏହି ଘୃଣ୍ୟ ପରମ୍ପରା ଆରମ୍ଭ ହୋଇଛି। କେରଳଠାରେ ଏଭଳି ଏକ ସେକ୍ସ ରାକେଟର ସନ୍ଧାନ ମିଳିଥିବା ବେଳେ ସ୍ଥାନୀୟ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

Accused

ଏହି ରାକେଟରେ ଗୋଟିଏ ଦୁଇଟି ନୁହେଁ ବରଂ ହଜ଼ାର ହଜ଼ାର ଲୋକେ ସମ୍ପୃକ୍ତ ଥିବାବେଳେ ସେମାନେ ହ୍ଵାଟ୍ସଆପ ଏବଂ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ସାଇଟ ମାଧ୍ୟମରେ ହିଁ ଯୋଗାଯୋଗ କରିଥାନ୍ତି। ସେମାନେ ଦୀର୍ଘଦିନ ଧରି ଏଭଳି କୂକର୍ମରେ ଲିପ୍ତ ଥିବାବେଳେ ଜଣେ ପୀଡିତା ଏଥିନେଇ ପୋଲିସ ପାଖରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

Raid

ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀକୁ ଗିରଫ କରିବା ସହ ପୁରା ନେଟୱାର୍କର ପର୍ଦାଫାସ୍ ହୋଇଥିଲା। ମହିଳାଙ୍କ ସ୍ୱାମୀ ତାଙ୍କୁ ଅନ୍ୟମାନଙ୍କ ସହ ଶାରୀରିକ ଏବଂ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ପୋଲିସ ଏପର୍ଯ୍ୟନ୍ତ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ କୋଟ୍ଟାୟମସ ଅଲପ୍ପୁଝା ଓ ଏର୍ଣ୍ଣାକୁଲାମ ଜିଲ୍ଲାର ବୋଲି ଜଣାପଡିଛି। ଏଥିସହିତ ଅନ୍ୟ କେଉଁମାନେ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି ସେଥିନେଇ ପୋଲିସ ତଦନ୍ତ ଜାରି ରଖିଛି।