ଟଙ୍କା ଧାର ଆଣି ଶୁଝିପାରିଲେନି ବୋଲି...ସ୍ୱାମୀ ବେକରେ ଭୁଜାଲି ଲଗାଇ ସ୍ତ୍ରୀ ସହ ଦୁଷ୍କର୍ମ, ଆଉ ତାପରେ...

 
Stree ku duskarma

ଋଣ ଟଙ୍କା ନେଇ ସ୍ୱାମୀ ଫେରାଇ ପାରିଲା ନାହିଁ ବୋଲି ସ୍ତ୍ରୀକୁ ଦୁଷ୍କର୍ମ କରିଲେ ଦୁର୍ବୁତ୍ତ। ଏଭଳି ଏକ ହୃଦୟଥରା ଦୃଶ୍ୟ ମହାରାଷ୍ଟ୍ରର ପୁଣେ ଠାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାଇ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀ ଅଭିଯୁକ୍ତଙ୍କ ଠାରୁ କୌଣସି କାରଣ ବଶତଃ ଟଙ୍କା ଧାର ନେଇଥିଲେ। କିନ୍ତୁ, ଆର୍ଥିକ ଅନାଟନ ହେତୁ ଏହାକୁ ସୁଝି ପାରିନଥିଲେ। 

Rape

ଅଭିଯୁକ୍ତଙ୍କ ବୟସ ୪୭ ବର୍ଷ ହୋଇଥିବା ବେଳେ ସେ ଘଟଣାଦିନ ଟଙ୍କା ନେବା ପାଇଁ ଆସିଥିଲେ। କିନ୍ତୁ, ଟଙ୍କା ନ ଥିବା ହେତୁ ଧାର ନେଇଥିବା ବ୍ୟକ୍ତି ଆଉ କିଛି ଦିନ ସମୟ ମାଗିଥିଲେ। ଏପରିକି ଗୋଡ଼ ହାତ ଧରି କାକୁତି ମିନତୀ ହୋଇଥିଲେ ହେଁ ଅଭିଯୁକ୍ତ ତାଙ୍କ କଥା ଶୁଣିନଥିଲା। କେବଳ ସେତିକି ନୁହେଁ ଅଭିଯୁକ୍ତର ଧାର ନେଇଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଉପରେ ମଧ୍ୟ ଖରାପ ନଜ଼ର ରହିଥିଲେ। 

Mms

ନିଜର କାମନାକୁ ମେଣ୍ଟାଇବା ପାଇଁ ସେ ଭୂଜାଲି ବାହାର କରି ଡରାଇବା ସହିତ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଲାଗିଥିଲା। ତେବେ, ପୀଡିତାଙ୍କ ସ୍ୱାମୀ ଏହି ଅଘଟଣକୁ ରୋକିପାରିନଥିଲେ ହେଁ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ନିଜ ଫୋନରେ ରେକର୍ଡ କରି ନେଇଥିଲେ।

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ତେବେ, ଘଟଣାରେ ଆହୁରି ଅନେକ କଥା ସାମ୍ନାକୁ ଆସିବା ବାକି ରହିଛି ତେଣୁ ଏଥିନେଇ ଅଧିକ ତଦନ୍ତ ଜାରି ରହିଛି। 

ଆହୁରି ପଢନ୍ତୁ:- ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା, ରାତିରେ ଦେଉଛି ସୀମାରେ ପହରା, ଜାଣନ୍ତୁ ଏହାର ରହସ୍ୟ