ସ୍ତ୍ରୀ ଆକାଉଣ୍ଟରେ ଜମି ବିକି ରଖିଥିଲେ ୩୯ଲକ୍ଷ, ୧୧ଟଙ୍କା ଛାଡି ପଡୋଶୀ ଯୁବକ ସହ ଫେରାର ମହିଳା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Fled with boyfriend

ଟଙ୍କା ଲୋଭ ଏବଂ ପରପୁରୁଷ ପ୍ରେମରେ ଅନ୍ଧ ହୋଇ ସୁନାର ସଂସାରକୁ ଉଜାଡ଼ି ଦେଲେ ଏହି ମହିଳା। ପରିବାରର ଭବିଷ୍ୟତ ପାଇଁ ସ୍ୱାମୀ ଜମି ବିକି ଦେଇଥିବା ବେଳେ ସେସବୁ ଟଙ୍କା ନେଇ ଫେରାର ହୋଇଯାଇଛି ସ୍ତ୍ରୀ। ଏହିଭଳି ଏକ ଅଭାବନୀୟ ଘଟଣା ବିହାରର ପାଟନା ଅଞ୍ଚଳରେ ଦେଖିବାକୁ ମିଳିଛି।

Fled with bf

ଖବର ଅନୁଯାଇ ବିହାର ପାଟନାର କୌଡିୟା ଗାଁରେ ରହୁଥିବା ବ୍ରଜକିଶୋର ସିଂହଙ୍କର ଭୋଜପୁରର ପ୍ରଭାବତୀଙ୍କ ସହ ୧୪ ବର୍ଷ ତଳେ ବାହାଘର ହୋଇଥିଲା। ବ୍ରଜକିଶୋର ଗାଁରେ ଚାଷବାସ କରିବା ସହ ସେଠାରେ ଏକ ଭଡ଼ା ଘର ନେଇ ରହୁଥିଲେ। ତେବେ, ଅଧିକ ଆୟ କରିବା ପାଇଁ ବ୍ରଜକିଶୋର ସ୍ତ୍ରୀ ପିଲାଙ୍କୁ ଘରେ ଛାଡ଼ି ଗୁଜୁରାଟ ପଳାଇ ଆସିଥିଲେ। ସେଠାରୁ ସେ ଟଙ୍କା ଉପାର୍ଜନ କରି ଘରକୁ ପଠାଉଥିଲେ ଯେଉଁଥିରେ ଘର ଖର୍ଚ୍ଚ ଉଠୁଥିଲା। ତେବେ, ଏହି ସମୟ ମଧ୍ୟରେ ସ୍ତ୍ରୀ ପ୍ରଭାବତୀଙ୍କର ପଡ଼ୋଶୀ ଜଣେ ଯୁବକଙ୍କ ସହିତ ପ୍ରେମ ଓ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା।

Money

ଏ ସବୁ ବିଷୟରେ ଅଜ୍ଞ ଥିବା ସ୍ୱାମୀ ଜଣକ ଘର ତୋଳିବା ପାଇଁ ଗାଁରେ ଥିବା ସବୁ ସମ୍ପତ୍ତି ବିକି ପ୍ରାୟ ୩୯ ଲକ୍ଷ ଟଙ୍କା ସ୍ତ୍ରୀ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ତେବେ, ଗୁଜୁରାଟରୁ ଘରକୁ ଆସିବା ପରେ ତାଙ୍କ ସ୍ତ୍ରୀ ପରପୁରୁଷ ସହ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ ବ୍ରଜକିଶୋର। ବହୁ କଷ୍ଟରେ ବ୍ରଜ ପୁଅକୁ ଫେରିପାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସ୍ତ୍ରୀ ଓ ଝିଅର କୌଣସି ପତ୍ତା ମିଳି ପାରିନାହିଁ। ଏ ସଂକ୍ରାନ୍ତରେ ପୋଲିସ ପାଖରେ ଏତଲା ଦିଆଯାଇ ଥିବାବେଳେ ପ୍ରଭାବତୀ ୧୧ ଟଙ୍କା ଛାଡ଼ି ବାକି ୩୯ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସ୍ପଷ୍ଟ ହୋଇଛି।