ସ୍ତ୍ରୀ ଥାଇ ଅନ୍ୟ ସହ ବିବାହ କରିବାକୁ ଯାଉଥିବା ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Stree katidela jounang

ପରକୀୟା ପ୍ରୀତିର କରୁଣ କାହାଣୀ, ଦ୍ୱିତୀୟ ବିବାହ କରିବାକୁ ଯାଉଥିବାରୁ ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କରିଲା ପତ୍ନୀ। ଉତ୍ତର ପ୍ରଦେଶର  ଭୌରକାଲାନା ପୋଲିସ ଷ୍ଟେସନ ଅନ୍ତର୍ଗତ ଶିକରପୁର ଗ୍ରାମରେ ଏହିଭଳି ଏକ ଲୋମହର୍ଷକାରୀ ଘଟଣା ସମ୍ନାକୁ ଆସିଛି।

ଏହି ଘଟଣା ମୁତାବକ ଶିକରପୁର ଗ୍ରାମରେ ରହୁଥିବା ଏହି ବ୍ୟକ୍ତି ଜଣକ ପ୍ରଥମ ବିବାହ ବିଚ୍ଛେଦ ପରେ ସଂପୃକ୍ତ ମହିଳାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଏପରିକି ତାଙ୍କର ଚାରୋଟି ବଢ଼ିଲା ଝିଅ ମଧ୍ୟ ଅଛନ୍ତି। ଏପରି ପରିସ୍ଥିତିରେ ବ୍ୟକ୍ତି ଜଣକ ଦ୍ଵିତୀୟ ପତ୍ନୀକୁ ଛାଡ଼ି ଅନ୍ୟତ୍ର ତୃତୀୟ ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ।

ଏହି କଥାକୁ କେନ୍ଦ୍ର କରି ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା। ଗତ ବୁଧବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଶୋଇଥିବା ଅବସ୍ଥାରେ ଏକ ଛୁରୀ ଦ୍ୱାରା ସ୍ୱାମୀର ଯୌନାଙ୍ଗ କାଟି ଦେଇଥିଲା ସ୍ତ୍ରୀ। ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଭୌରକାଲାନା ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଏବଂ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଥିଲେ। ତେବେ ହତ୍ୟାକାରିଣୀ ସ୍ତ୍ରୀ ବିରୁଦ୍ଧରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରୁ ତାକୁ ଗିରଫ କରିଥିବା ନେଇ ସୂଚନା ମିଳିଛି।