ପ୍ରେମିକା ବାହା ହେବା ପାଇଁ ମନା କରିବାରୁ ସବୁ ଦିନ ପାଇଁ ପ୍ରେମିକାକୁ ଏମିତି ମାରିଦେଲା ପ୍ରେମିକ, ଜାଣନ୍ତୁ ପୁରା ଘଟଣା

 
Premika premikaa

ପ୍ରେମିକା ବିବାହ ପାଇଁ ମନା କରିଦେବାରୁ ସବୁ ଦିନ ପାଇଁ ପ୍ରେମିକାକୁ ମାରି ଦେଲେ ପ୍ରେମିକ। ଅନେକ ଦିନ ଧରି ପ୍ରେମ ସଂପର୍କରେ ରହିଥିବା ବେଳେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ପରେ ସିଧା ସିଧା ମନା କରି ଦେଇଥିଲେ ଯୁବତୀ । ପ୍ରେମିକାଙ୍କ ଏପରି ବ୍ୟବହାରରେ ରାଗି ଯାଇ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ପ୍ରେମିକ ।

ସି

ଏପରି ଏକ ପ୍ରେମ ଜନିତ ହତ୍ୟା ଦେଖିବାକୁ ମିଳିଛି କେରଳ ରାଜ୍ୟ କର୍ଣୁଲ ଜିଲ୍ଲା ରେ। ଅଭିଯୁକ୍ତ ଯୁବକଙ୍କ ନାଆଁ ହେଉଛି ଶ୍ୟାମଜିତ୍। ଏବଂ ସେ ପ୍ରେମ କରୁଥିବା ଯୁବତୀଙ୍କ ନାଆଁ ହେଉଛି ବିଷ୍ଣୁ ପ୍ରିୟା।

ଶ୍ୟାମଜିତ୍ ବିଷ୍ଣୁପ୍ରିୟା ଙ୍କୁ ଅନେକ ଦିନ ଧରି ଖୁବ୍ ଭଲ ପାଉଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ବି ଭଲ ଚାଲିଥିଲା। ହେଲେ ଶ୍ୟାମଜିତ୍ ଯେତେବେଳେ ବିଷ୍ଣୁପ୍ରୀୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେତେବେଳେ ବିଷ୍ଣୁ ପ୍ରିୟା ମନା କରି ଦେଇଥିଲେ ।

ପ୍ରଥମେ ଶ୍ୟାମ ଏହାକୁ ମଜାକ୍ ବୋଲି ଭାବିଥିଲେ। ଏବଂ ବିଷ୍ଣୁପ୍ରିୟା ଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରିଥିଲେ । ବିଷ୍ଣୁ ପ୍ରିୟା ଙ୍କର କିନ୍ତୁ ପ୍ରତିଥର ଉତ୍ତର ନା ହିଁ ଥିଲା । ଯାହା ପରେ ସେ ପାଗଳ ପ୍ରାୟ ହୋଇ ଯାଇଥିଲେ।  ବିଷ୍ନୁପ୍ରିୟା ଙ୍କୁ ବାରମ୍ବାର ଦେଖା କରିବା ପାଇଁ କହୁଥିଲେ ମଧ୍ୟ ସେ ଆଦୌ ରାଜି ହେଉ ନ ଥିଲେ । ଯାହା ପରେ ସେ ଉପାୟ ପାଞ୍ଚି ଜୀବନରୁ ମାରି ଦେଇଥିଲେ ବିଷ୍ଣୁପ୍ରିୟାଙ୍କୁ।

ପୋଲିସର ତଦନ୍ତ ପାରେ ଶ୍ୟାମଜିତ୍ ଏବେ ଜେଲ୍ ର ଚାରି କାନ୍ଥ ଭିତରେ। ନିଜ ପ୍ରେମିକା କଥା ଭାବି ଭାବି ଜେଲ୍ ଭିତରେ ଅସୁସ୍ଥ ହୋଇ ପଡିଲେଣି ଶ୍ୟାମ। ଶ୍ୟାମଙ୍କ ଘର ଲୋକ ବାରମ୍ବାର ଜାମିନ ପାଇଁ ଆବେଦନ କରୁଥିଲେ ମଧ୍ୟ ତାଙ୍କୁ ଏ ଯାଏଁ ଜାମିନ ମିଳି ପାରୁ ନାହିଁ।