ଛି ଲଜ୍ୟା !! ବାପାକୁ ହତ୍ୟା କରି ମାଆ ସହିତ ଦୁଷ୍କର୍ମ କଲା ରାକ୍ଷସ ପୁଅ, କହିଲେ "ମୁ ଟିକିଏ ମଦ ପିଇ ଦେଇଥିଲି ତ..."

 
pua duskarma

କୁଳାଙ୍ଗାର ପୁଅର ଲଜ୍ୟାଜନକ କାର୍ଯ୍ୟ। ନିଜ ବାପାଙ୍କୁ ଟାଙ୍ଗିଆରେ ହାଣିବା ସହିତ ନିଜ ମାଆ ସହିତ କଲା ଦୁଷ୍କର୍ମ। ମଦ ନିଶାରେ ବାପାକୁ ହାଣିବା ପରେ ନିଜର ସାବତ ମାଆ ସହିତ ଶାରୀରିକ ସମ୍ପର୍କ ରଖିଲା ଏହି ଯୁବକ। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ଏହି ଘଟଣା। କିନ୍ତୁ ପାରିବାରିକ କଳହରୁ ମଦ ପିଇ ଏହିଭଳି କାଣ୍ଡ ଘଟଣାଇଛି ଏହି ଯୁବକ।

pua

ବାପାକୁ ହତ୍ୟା କଲା ପୁଅ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣାଟି ଘଟିଛି ଯାଜପୁର ଜିଲ୍ଲାରେ। ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଝମ୍ପାଝର ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଣମାଧ୍ୟମ ସମ୍ମୁଖରେ ଯୁବକଙ୍କ ସାବତ ମାଆ କହିଛନ୍ତି ଯେ, ପ୍ରଥମେ ସେ ତାହାର ବାପାଙ୍କୁ ହାଣିଲା ଆଉ ପରେ ମୋ ସହିତ ଲୁଗା ଝିକି ରେପ୍ କଲା।

ଦେଖନ୍ତୁ ଭିଡ଼ିଓ:

 

ଅନ୍ୟପକ୍ଷରେ ଯୁବକ ଜଣକ ମଧ୍ୟ ନିଜର ଏହି କାର୍ଯ୍ୟକୁ ମାନି ନେଇଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଏହି ଯୁବକ କହିଛନ୍ତି ଯେ, “ମୁଁ ଟିକେ ମଦ ନିଶାରେ ଥିଲି। ନିଶାରେ ଏମିତି ସେମିତି କାର୍ଯ୍ୟ କରିଦେଲି। ବାପାଙ୍କ ସହିତ ମାରପିଟ କଲି। ଆଉ ମାଆ ସହିତ ବି ଏମିତି ସେମିତି କାମ କରିଦେଲି।” ତେବେ ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।