ଦେଖନ୍ତୁ ଭିଡିଓ: ଗ୍ରାହକ ରୂପରେ ପଶି ଗହଣା ଦେକାନକୁ ସଫା କରିଦେଲେ 7 ଜଣିଆ ଡକାୟତି ଗ୍ୟାଙ୍ଗ୍

ଓଡ଼ିଶାରେ ଆଖି ପକାଇଛନ୍ତି କି ପଡ଼ୋଶୀ ଲୁଟେରା ? ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍ରୁ ଡକାୟତି । ବନ୍ଧୁକ ମୁନରେ 15 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ବ୍ୟାସନଗରରେ ଥିବା ସେନ୍କୋ ଗୋଲ୍ଡ ସୋ’ରୁମ୍ରେ ବଡ଼ ଧରଣର ଡକାୟତି ହୋଇଛି । 7 ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ଦୋକାନରେ ପଶିଥିଲେ ।
ଗହଣା ଦୋକାନରେ ଲୁଟ୍ପାଟ୍ ବେଳେ ଡକାୟତମାନେ ଏମିତି ଆତଙ୍କ ଖେଳାଇଥିଲେ ଯେ, ଅଳଙ୍କାର ଦୋକାନର କିଛି କର୍ମଚାରୀ ଭୟରେ ବେହୋସ ହୋଇଯାଇଥିଲେ । ଡକାୟତମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଗ୍ରାହକଙ୍କୁ ଆକ୍ରମଣ କରି ଅଳଙ୍କାର ସବୁ ଲୁଟି ନେଇଥିଲେ । ଏଥିରେ 2 ଜଣ କର୍ମଚାରୀ ଆହତ ହୋଇ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଦେଖନ୍ତୁ ଭିଡିଓ :-
ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ବ୍ୟାସନଗର ସ୍ଥିତ ଏକ ଅଳଙ୍କାର ଦୋକାନରୁ ଏହି ଲୁଟ୍ ହୋଇଛି । ଡକାୟତମାନେ ବନ୍ଧୁକ ଦେଖାଇ ଦୋକାନର କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ଅଳଙ୍କାର ସବୁ ଲୁଟି ନେଇଥିଲେ । ଖାଲି ଏତିକି ନୁହେଁ, ଡକାୟତମାନେ କମ୍ପ୍ୟୁଟର ଗୁଡ଼ିକୁ ଭାଙ୍ଗି ଦେବା ସହ ହାର୍ଡ ଡିସ୍କ ସବୁ ମଧ୍ୟ ନେଇଯାଇଛନ୍ତି । ତେବେ ଘଟଣା ବେଳର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଜୁଏଲାରୀ ଦୋକାନରୁ କିଛି ବାଟ ଦୂରରେ ଥିବା ସିସିଟିଭିରେ ଡକାୟତଙ୍କ ଗତିବିଧି ସିସିଟିଭିରେ କଏଦ ହୋଇଛି । 4 ରୁ 5 ଜଣ ଲୁଟେରା 2ଟି ବାଇକ୍ରେ ଫେରାର ହେଉଥିବା ଦେଖିବାକୁ ମିଳିଛି । ପୋଲିସ୍ ଏକାଧିକ ଟିମ୍ ଗଠନ କରି ଘଟଣାର ତଦନ୍ତ ଚଳାଇଛି ।
ଆହୁରି ପଢନ୍ତୁ :- ନାବାଳିକା 2 ହିନ୍ଦୁ ଝିଅ କୁ ନିଜ କଥା ରେ ଫସାଇ ଚର୍ଚ୍ଚର ପାଦ୍ରୀ ରଖିଲେ ଶାରୀରିକ ସମ୍ପର୍କ, ଆଉ ପରେ ଅପହରଣ କରାଇ କଲେ ଧର୍ମ ପରିବର୍ତ୍ତନ
ଏହି ଘଟଣାରେ ଚିହ୍ନଟ ହୋଇଛନ୍ତି ୩ ଡକାୟତ । 7 ଜଣଙ୍କ ମଧ୍ୟରୁ 3 ଜଣଙ୍କୁ ଚିହ୍ନଟ କରିଛି ପୋଲିସ୍ । ଏନେଇ ଯାଜପୁର ରୋଡ ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏମାନଙ୍କ ଫଟୋକୁ ବିଜ୍ଞପ୍ତି ଜରିଆରେ ଦର୍ଶାଯାଇଛି । ଏମାନଙ୍କୁ ଧରାଇଦେଲେ ପୁରଷ୍କାର ରାଶି ପ୍ରଦାନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଅନ୍ୟପଟେ ଏମାନଙ୍କ ଫଟୋ ସହିତ ଏହି ଲେଖାକୁ ସୋସିଆଲ ମିଡିଆ ଜରିଆରେ ଛଡାଯାଇଛି ଯଦି ସେମାନଙ୍କୁ କେହି ଚିହ୍ନିଛନ୍ତି ତାହେଲେ ତାଙ୍କ ବିଷୟରେ ସୂଚନା ଦେଲେ ପରିଚୟ ଗୋପନ ରଖିବା ସହ ପୁରସ୍କୃତ କରାଯିବ ବୋଲି ଉଲ୍ଲେଖ ରହିଛି । ଖୁବ୍ ଶୀଘ୍ର ସେମାନଙ୍କ ଭିଡିଓ ମଧ୍ୟ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି ଜଣାପଡ଼ିଛି ।