ପ୍ରଥମେ ୪ଜଣ ଯୁବତୀ କଲେ କିଡନାପ୍, ପରେ ଜଣଙ୍କ ପରେ ଜଣେ କରି ଚାଲିଲେ ଯୁବକକୁ ରେପ୍, ଆଉ ତାପରେ...

 
Jubaka ku rape

ପ୍ରତିଦିନ ବଳାତ୍କାର ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ହେଡଲାଇନରେ ରହିଆସିଛି । ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ଏବଂ ପ୍ରଶାସନ ପ୍ରଶ୍ନର ପରିସର ମଧ୍ୟରେ ରହିଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କୁ 4 ଜଣ ଯୁବତୀ କରିଛନ୍ତି ଗଣ ଦୁଷ୍କର୍ମ ।

A man rape by 4 girls

ବାସ୍ତବରେ ପଞ୍ଜାବର ଜଲନ୍ଦରରୁ ଏହି ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କାରରେ ଥିବା ଝିଅମାନେ ଠିକଣା ପଚାରିବା ବାହାନାରେ ତାଙ୍କ ମୁହଁରେ କିଛି ସ୍ପ୍ରେ କରିଥିଲେ । ଏହାପରେ ତାଙ୍କ ଆଖିରେ ପଟି ବାନ୍ଧି ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇଗଲେ ।

କେବଳ ସେତିକି ନୁହେଁ ବଂର ତାଙ୍କୁ ବଳପୂର୍ବକ ମଦ ପିଆଇ ଶାରିରୀକ ସମ୍ପର୍କ ରଖିଥିଲେ । ବଳାତ୍କାର ଅଭିଯୋଗ କରିଥିବା ବ୍ୟକ୍ତି କହିଛନ୍ତି ଯେ ତାଙ୍କୁ ବଳାତ୍କାର କରିଥିବା ଝିଅମାନଙ୍କର ବୟସ ନିଶ୍ଚିତ ଭାବରେ 20 ରୁ 23 ବର୍ଷ ମଧ୍ୟରେ ହୋଇଥିବ । ସେ ବିବାହିତ ଏବଂ ତାଙ୍କର ମଧ୍ୟ ସନ୍ତାନ ଅଛି । ସେ କହିଛନ୍ତି ଯେ ସେ ଏକ ଚମଡ଼ା କାରଖାନାରେ କାମ କରନ୍ତି ଏବଂ ସୋମବାର କାମ କରିବା ପରେ ଘରକୁ ଫେରୁଥିଲେ ଯେତେବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା ।

ଆହୁରି ପଢନ୍ତୁ :- ଶାରୀରିକ ସମ୍ବନ୍ଧ ନ ରଖିବାରୁ ସ୍ତ୍ରୀକୁ ଅତି ନୃସଂଶ ହତ୍ୟା କଲା ସ୍ୱାମୀ, ଜାଣନ୍ତୁ ପୂରା ଘଟଣା

ଏହି ବ୍ୟକ୍ତି କୁହନ୍ତି ଯେ ଅପହରଣ ପରେ ଯେତେବେଳେ ତାଙ୍କର ହୋସ୍ ଆସିଲା ସେ ନିଜକୁ କାର ଭିତରେ ହାତ-ଗୋଡ ବନ୍ଧା ଥିବା ଅବସ୍ଥାରେ ପାଇଥିଲେ । 4 ଯୁବତୀ ବସିକି ମଦ ପିଉଥିଲେ । ଏହାପରେ ସେମାନେ କୌଣସି ଏକ ଅଜଣା ସ୍ଥାନକୁ ନେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ହାତଗୋଡ ବନ୍ଧା ଅବସ୍ଥାରେ ଛାଡି ପଳାଇଥିଲେ ।

ଏଥି ସହିତ, ଏହି ବ୍ୟକ୍ତି ଏପର୍ଯ୍ୟନ୍ତ ମାମଲା ପଞ୍ଜୀକୃତ କରିନାହାଁନ୍ତି । ବ୍ୟକ୍ତି କହିଛନ୍ତି ଯେ ବଦନାମ ଭୟରେ ତାଙ୍କ ପତ୍ନୀ ମାମଲା ପଞ୍ଜିକରଣ କରିବାକୁ ମନା କରି ଦେଇଛନ୍ତି । ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ପଞ୍ଜାବ ପୋଲିସର ଗୁପ୍ତଚର ବିଭାଗ ନିଜ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରିଛି ।